ଦିଲ୍ଲୀରେ ଲକ୍‌ଡାଉନ୍‌ : ଭିଟାମାଟି ମୁହାଁ ପ୍ରବାସୀ

ନୂଆଦିଲ୍ଲୀ : ଦିଲ୍ଲୀରେ କ୍ରମାଗତ ଭାବେ କରୋନା ସଂକ୍ରମଣ ରେକର୍ଡ କରୁଛି । ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ୬ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ସୋମବାର ରାତିରୁ ସାରା ସହରରେ ଆରମ୍ଭ ହୋଇଯାଇଛି ତାଲାବନ୍ଦ । ତେବେ ତାଲାବନ୍ଦ ଘୋଷଣା ହେବା ପରେ ବା ଲାଗୁହେବା ପରେ ଚିନ୍ତାରେ ପଡିଯାଇଛନ୍ତି ପ୍ରବାସୀ । ଆରମ୍ଭ ହୋଇଯାଇଛି ପ୍ରବାସୀଙ୍କ ଘରବାହୁଡା । ଏହାପରେ ଆନନ୍ଦ ବିହାର, କୌଶାମ୍ବି ବସଷ୍ଟାଣ୍ଡରୁ ଉତ୍ତର ପ୍ରଦେଶ ଓ ବିହାର ଦୂରଦୂରାନ୍ତର ସହରକୁ ପ୍ରବାସୀ ଶ୍ରମିକମାନେ ପଳାୟନ କରୁଛନ୍ତି ।

ପୂର୍ବବର୍ଷ ୨୦୨୦ ଭଳି ଏଥର ବି ସେମିତି ସମାନ ସ୍ଥିତି ଉପୁଜୁଛି । ଗତବର୍ଷ ଯେତେବେଳେ ଲକଡାଉନ ଘୋଷଣା ହୋଇଥିଲା ଆନନ୍ଦ ବିହାର ରେଳଷ୍ଟେସନ ଦେଇ ପ୍ରବାସୀ ଶ୍ରମିକମାନେ ଦିଲ୍ଲୀ ଛାଡ଼ି ପଳାଇଥିଲେ । ପ୍ରବାସୀଙ୍କ ମତରେ ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଅବସ୍ଥା ଆହୁରି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଲକଡାଉନ ସୀମା ମଧ୍ୟ ବଢ଼ାଇ ଦିଆଯାଇଛି । ତେଣୁ ଦିଲ୍ଲୀରେ ରହି ଏବେ ପରିବାର ଚଳାଇବା ସହଜ ନୁହେଁ । ତେଣୁ ଘରକୁ ଫେରିଯିବା ଏକମାତ୍ର ବାଟ । ସୂଚନା ଥାଉକି ଲକଡାଉନ ଘୋଷଣା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସରକାର ଆପଣମାନଙ୍କର ପୁରା ଯତ୍ନ ନେବେ । ଆପଣ ଦିଲ୍ଲୀର ରୁହନ୍ତୁ । କିନ୍ତୁ ଗତଥର ଲକଡାଉନ ହୋଇଥିଲା, ସେ ସମୟରେ ମଧ୍ୟ ପ୍ରବାସୀ ନିଜ ଭିଟା ମାଟିକୁ ଫେରିଆସିଥିଲେ । ସେହିପରି ପ୍ରବାସୀଙ୍କ କହିବା ଅନୁସାରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଛି । ଅବସ୍ଥା ଆହୁରି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଲକଡାଉନ ସୀମା ମଧ୍ୟ ବଢ଼ାଇ ଦିଆଯାଇଛି । ତେଣୁ ଦିଲ୍ଲୀରେ ରହି ଏବେ ପରିବାର ଚଳାଇବା ସହଜ ନୁହେଁ । ତେଣୁ ପୈତୃକ ସ୍ଥାନ ଜିବାକୁ ପଡୁଛି । ସୂଚନାଯୋଗ୍ୟ, ଲକଡାଉନର ଘୋଷଣା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସରକାର ଆପଣମାନଙ୍କର ପୁରା ଯତ୍ନ ନେବେ । ଆପଣ ଦିଲ୍ଲୀର ରୁହନ୍ତୁ । ଗତଥର ଯେତେବେଳେ ଲକଡାଉନ ଆରମ୍ଭ ହୋଇଥିଲା, ଆମେ ଦେଖିଥିଲେ ଯେ, ଲୋକେ କିଭଳି ଭାବେ ପଳାୟନ କରୁଥିଲେ ।

Spread the love