ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର : କିଛି ସେବାୟତ କରୋନା ଆକ୍ରାନ୍ତ ହେବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ବନ୍ଦ ରହିବ । ବିଏମସି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପୁଣି ଥରେ ବନ୍ଦ ରଖିବାକୁ ନିଷ୍ପତି ନିଆ ଯାଇଛି । ବିଏମସି ପ କ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଉପରେ ରୋକ ଲଗାଯାଇଛି । କିନ୍ତୁ ମନ୍ଦିର ଭିତର ପୂର୍ବପରି ନୀତିକାନ୍ତି ଜାରି ରହିବ ବୋଲି କୁହା ଯାଇଛି । ସେହିପରି ସେବାୟତ ମାନେ ନୀତିକାନ୍ତି ସମ୍ପାଦନ କରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଉଲ୍ଲେଖନୀୟ ଯେ ମନ୍ଦିରର କିଛି ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଅଧିକ ସଂକ୍ରମଣ ରୋକିବା ପାଇଁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ତଥା ଦର୍ଶନକୁ ବାରଣ କରା ଯାଇଛି । ଏହାସହ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତି ଓ ନିର୍ଦ୍ଦେଶ ମୁତାବକ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରୁକୁଣା ରଥଯାତ୍ରାରେ ସାମିଲ ହେବାକୁ ଥିବା ବିଭିନ୍ନ ସେବାୟତଙ୍କର ଗତକାଲି ଟେଷ୍ଟିଂ କରା ଯାଇଥିଲା । ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Spread the love