କଲରାପତରିଆ ବାଘ ଛାଲ ଜବତ ସହ ଅଭିଯୁକ୍ତକୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର : ପୁଣି ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌ । ବାଘ ଛାଲ ବେପାର ଅଭିଯୋଗରେ ମହେନ୍ଦ୍ର ଭାଇନ ନାମକ ଜଣେ ବ୍ୟକ୍ତିଙ୍କ ଗିରଫ କରାଯାଇଛି ।

ସୂଚନା ଯେ, ଚୋରାରେ ବାଘ ଛାଲ କାରବାର ନେଇ ଏସଟିଏଫ୍‌ ନିକଟରେ ଖବର ଥିଲା । ଚୋରା କାରବାରର ପର୍ଦ୍ଦାଫାସ ନେଇ ଏସଟିଏଫ୍‌ ତୀକ୍ଷ୍ନ ନଜର ରଖିଥିଲା । ଏହିପରିପେକ୍ଷୀରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌ । ବାଘ ଛାଲ ବେପାର ଅଭିଯୋଗରେ ମହେନ୍ଦ୍ର ଭାଇନ ନାମକ ଜଣେ ବ୍ୟକ୍ତିଙ୍କ ଗିରଫ କରାଯାଇଛି । ତେବେ ଚଳିତ ବର୍ଷ ୧୪ଟି ବାଘ ଛାଲ ସହ ୯ଟି ହାତୀ ଦାନ୍ତ ଜବତ କରିବାରେ ସଫଳ ହୋଇଛି ଏସଟିଏଫ୍‌ । ୧୬ଟି ମାମଲା ରୁଜୁ କରିବା ସହ ୨୮ ଜଣଙ୍କୁ ଗିରଫ କରାଯାଇଛି ।

Spread the love