ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏସଏମଏସ-୨ରେ ଥିବା ସ୍ଳାଗ ବଏଲର ଫାଟି ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ବହୁ ମାତ୍ରାରେ ଯନ୍ତ୍ରପାତି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡରେ କୌଣସି ମୃତାହାତର ସୂଚନା ନଥିବା ସ୍ପଷ୍ଟ କରିଛନ୍ତି ପ୍ଲାଣ୍ଟ କତ୍ତୃପକ୍ଷ । ତେବେ ନିଆଁ ଅନ୍ୟଆଡେ ବ୍ୟାପିବା ପୂର୍ବରୁ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି ।

ସୂଚନା ଯେ, ବିଳମ୍ବିତ ରାତ୍ରରେ ଷ୍ଟିଲ ପ୍ଲାଣ୍ଟର କଣ୍ଟ୍ରୋଲ ରୁମରେ ହଠାତ ନିଆଁ ଲାଗିଯାଇଥିଲା । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ୪ ଜଣିଆ ସିଜିଏମ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ଷ୍ଟିଲ ପ୍ଲାଣ୍ଟ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Spread the love