ଆଇପିଏଲ୍-୨୦୨୧ରେ ଓପନିଙ୍ଗ୍ କରିବେ କୋହଲି

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ଭାରତ ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଓପନର ଭାବେ ଅଧିନାୟକ ବିରାଟ କୋହଲି ଟିମର ବିଜୟ ପରେ ବ୍ୟାଟିଂ କ୍ରମକୁ ନେଇ ବଡ ବୟାନ ଦେଇଛନ୍ତି। ପଞ୍ଚମ ମ୍ୟାଚ୍ ପୂର୍ବରୁ କୋହଲି ଟି-୨୦ ଫର୍ମାଟର ୮୩ ଇନିଂସରେ ୭ଥର ଇନିଂସ ଆରମ୍ଭ କରିଥିଲେ। ବହୁତ ଦିନ ପରେ ରୋହିତ ଶର୍ମାଙ୍କ ସହ ଓପନିଙ୍ଗ୍ ପାଇଁ ମଇଦାନକୁ ଓହ୍ଲାଇ ନିଜର ଦମଦାର ମ୍ୟାଚ୍ ଖେଳିଛନ୍ତି। ଭାରତୀୟ କ୍ୟାପଟେନ୍ କୋହଲି ୫୨ ବଲରେ ୮୦ ରନ୍ କରି ଇଂଲଣ୍ଡକୁ ୨୨୫ ରନର ଚ୍ୟାଲେଞ୍ଜିଙ୍ଗ ଲକ୍ଷ୍ୟ ଦେଇଥିଲେ। ଜବାବରେ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ମାତ୍ର ୧୮୮ ରନ୍ କରିଥିଲା। କୋହଲି ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଇପିଏଲ ୨୦୨୧ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଓପନିଂ କରିବେ।

ମ୍ୟାଚ୍ ଜିତିବା ପରେ କୋହଲି କହିଛନ୍ତି ଯେ, ସେ ଆଗରୁ ବିଭିନ୍ନ କ୍ରମରେ ବ୍ୟାଟିଂ କରିଛନ୍ତି କିନ୍ତୁ ଏବେ ସେ ଅନୁଭବ କରିଛନ୍ତି ଯେ ତାଙ୍କ ଟିମରେ ମଜବୁତ ବ୍ୟାଟିଂ କ୍ରମ ଅଛି। ସେଥିପାଇଁ ସେ ରୋହିତ ଶର୍ମାଙ୍କ ସହ ଶୀର୍ଷରେ ବ୍ୟାଟିଂ କରିବାକୁ ଚାହିଁବେ ବୋଲି କହିଛନ୍ତି। ଅର୍ଥାତ ସେ ରୋହିତ ଶର୍ମାଙ୍କ ସହ ଓପନର ଭାବେ ଖେଳିବେ। ଏହି ପାର୍ଟନରସିପ ସେ ବିଶ୍ୱକପ ଯାଏଁ ଜାରି ରଖିବାକୁ ଚାହୁଁଛନ୍ତି ବୋଲି କୋହଲି କହିଛନ୍ତି। ଆଇପିଏଲରେ ନିଜ ଫ୍ରାଞ୍ଚାଇଜି ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ସେ ଓପନିଂ କରିବେ ବୋଲି କହିଛନ୍ତି। ଟିମର ପ୍ରଦର୍ଶନକୁ ନେଇ କୋହଲି କହିଛନ୍ତି କ୍ଲାସିକ୍ ରୋହିତ ଶର୍ମା ଓ ତିନି ନମ୍ବରରେ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରିଥିଲେ। ତାପରେ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଆସି ବହୁତ ଭଲ ବ୍ୟାଟିଂ କରି ଇନିଂସ ଶେଷ କରିଥିଲେ। ଟିମ୍ ପାଇଁ ଏହି ମ୍ୟାଚ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା।

Spread the love