କଲେରା ରୋଗ ପାଇଁ ଚାଉଳରୁ ଭ୍ୟାକ୍ସିନ ପ୍ରସ୍ତୁତ

ଟୋକିଓ: ଜାପାନ ବୈଜ୍ଞାନିକଙ୍କୁ ଆଜି ବଡ ସଫଳତା ମିଳିଛି । କଲେରା ରୋଗ ପାଇଁ ଚାଉଳରୁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସେମାନେ ସଫଳ ହୋଇଛନ୍ତି । ଏହାର ନାମ ମ୍ୟୁକୋ ରାଇସ ସିଟିବି ରଖାଯାଇଛି । ଏହାକୁ ସାଧାରଣ ରୁମ ଟେମ୍ପେରେଚରରେ ଷ୍ଟୋର କରାଯାଇ ପାରିବ । ଏହାକୁ ପାଟିବାଟେ ପାଣି ସହିତ ଖିଆ ଯାଇପାରିବ ।

ଟୋକିଓ ୟୁନିଭରସିଟି ଗବେଷକଙ୍କ ମତରେ ଏହାକୁ ୩ମିଗ୍ରା, ୬ମିଗ୍ରା ଓ୧୮ ମିଗ୍ରା ଭାବେ ନିଆଯାଇ ପାରିବ । ବୈଜ୍ଞାନିକମାନେ ଏହାକୁ ପ୍ରସ୍ତତ କରିବା ପାଇଁ ଜେନେଟିକାଲ ମୋଡିଫାଇଡ ଧାନର ଛୋଟ ଦାନାକୁ ଫାର୍ମ ଲଗାଇଥିଲେ । ଫସଲ ପ୍ରସ୍ତୁତ ହେବା ପରେ ଚାଉଳକୁ ଗୁଣ୍ଡ କରି ଆଲମିନିୟମ ପ୍ୟାକେଟରେ ଷ୍ଟୋର କରାଯାଉଛି । ଜାପାନର ଏହି ଗବେଷଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

Spread the love