ଜୁଲାଇ ପ୍ରଥମ ସପ୍ତାହ ରେ ଚାଲିବନି ଏହି ସବୁ ଟ୍ରେନ

ଭୁବନେଶ୍ୱର : କୋଭିଡ ସଂକ୍ରମଣ ରୋକିବା ଲାଗି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । କେତେକ ଟ୍ରେନକୁ ଜୁଲାଇ ଦ୍ୱିତୀୟ ସପ୍ତାହ ଓ କିଛି ଟ୍ରେନକୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଧିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ପହିଲାରୁ ୧୪ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଟ୍ରେନ (୦୮୪୯୩/୦୮୪୯୪), ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଟ୍ରେନ (୦୮୪୫୬/୦୮୪୫୫), ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଟ୍ରେନ (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ (୦୮୪୫୪/୦୮୪୫୩) । ଜୁଲାଇ ୩ରୁ ୪ ଓ ୧୦ରୁ ୧୨ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ସ୍ପେସାଲ୍, ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ସ୍ପେସାଲ । ପୁରୀ-କଟକ-ପୁରୀ ସ୍ପେସାଲ୍ (୦୮୪୩୧/୦୮୪୩୨) ଉଭୟ ଦିଗରୁ ଜୁଲାଇ ପହିଲାଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । ପୁରୀ-ଅନୁଗୁଳ ବିଶେଷ ଟ୍ରେନ (୦୮୪୨୮/୦୮୪୨୭) ଜୁଲାଇ ୩, ୪, ୧୦, ୧୧, ୧୨, ୧୭, ୧୮, ୨୦ ଓ ୨୧ ତାରିଖରେ ବାତିଲ ରହିବ । ଜୁଲାଇ ପହିଲାରୁ ୨୩ ତାରିଖ ମଧ୍ୟରେ ଏହି ଟ୍ରେନ ବାତିଲ ଦିନମାନଙ୍କୁ ଛାଡ଼ି ଅନ୍ୟ ଦିନଗୁଡ଼ିକରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ । ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟର ବାତିଲ ରହିବ ।

Spread the love