ଜରିପୁଟ ପାହାଡ଼ରୁ ରାତି ଅଧରେ କଳାମୁଗୁନୀ ପଥର ଚୋରି ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ କୟଥପଲ୍ଲା ଗ୍ରାମର ଜରିପୁଟ ପାହାଡ଼ରୁ ରାତି ଅଧରେ କଳାମୁଗୁନୀ ପଥର ଚୋରି ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ । ଟାଙ୍ଗୀ ପୋଲିସ ଏବଂ ତହସିଲ ପକ୍ଷରୁ ମିଳିତ ଉଦ୍ୟମରେ ଏହି ଚଢାଉ ହୋଇଛି। ଚଢାଉ ବେଳେ ଦୁଇଟି କମ୍ପ୍ରେସର୍ ମେସିନ୍ ସହିତ ଗୋଟିଏ ପ୍ରୋକଲିନ୍ ଜବତ କରିଛି ପ୍ରଶାସନ । ଏହି ଘଟଣାରେ ୬ ଜଣକୁଂ ଅଟକ ରଖିଛି ଟାଙ୍ଗୀ ପୋଲିସ ।

ସରକାରଙ୍କ ଦ୍ୱାରା ଲିଜ୍ ଅବଧି ଶେଷ ହୋଇଯିବା ପରେ ମଧ୍ୟ କିଛି ପଥର ମାଫିଆ ବିଳମ୍ବିତ ରାତ୍ରରେ କମ୍ପ୍ରେସର୍ ଦ୍ୱାରା ପାହାଡ ଫଟେଇ କଳା ମୁଗୁନି ପଥର ଚୋରି କରି ନେଉଥିଲେ । ଏଭଳି ଅଭିଯୋଗ ଆସୁଥିବାରୁ ଗତକାଲି ବିଳମ୍ବିତ ରାତ୍ରରେ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଏବଂ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଚଢ଼ାଉ କରି ଏହି ଧରପଗଡ କରିଛନ୍ତି । ପଥର ମାଫିଆଙ୍କ ଏହି ଚୋରି ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି ।

Spread the love