ଜଙ୍ଗଲରୁ ଜଣେ ଚାରି ମାସର ଶିଶୁ ପୁତ୍ର ଉଦ୍ଧାର।

ଜଙ୍ଗଲରୁ ଜଣେ ଚାରି ମାସର ଶିଶୁ ପୁତ୍ର ଉଦ୍ଧାର। ଦେବଗଡ ଜିଲ୍ଲା ବାରକୋଟ ଥାନା କାଦୋପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମସିନ୍ତା ଗ୍ରାମ ନିକଟରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରେ କିଛି ଯୁବକ ମସିନ୍ତାରୁ ଜଙ୍ଗଲରୁ ଶିଶୁଟିକୁ ଉଦ୍ଧାର କରିଛନ୍ତି।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ କିଛି ଯୁବକ କାଦୋପଡା ଆସୁଥିବା ସମୟରେ ଭାଲିଆବୁରୀ ଜଙ୍ଗଲରେ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣି ଖୋଜିଖୋଜି କରିଥିଲେ। ଏହି ସମୟରେ ଶିଶୁଟି ଜଙ୍ଗଲ ମଧ୍ୟରେ ଏକୁଟିଆ ପଡିଥିବା ଅବସ୍ଥାରେ ଦେଖିଥିଲେ। ଶିଶୁଟିକୁ ସେଠାରୁ ଉଦ୍ଧାର କରି ଗ୍ରାମକୁ ଆଣି ଫାର୍ମାସିଷ୍ଟଙ୍କ ପାଖରେ ଚିକିତ୍ସା କରାଯାଇଥିଲା । ପରେ ମସିନ୍ତା ଗ୍ରାମର ବିର୍ଶା ତୁରୀ ଶିଶୁ ପୁତ୍ରକୁ ନିଜ ଘରେ ରଖିଥିଲେ । ଏ ସମ୍ପର୍କରେ ସୂଚନା ପାଇ ମଙ୍ଗଳବାର ବାରକୋଟ ଥାନା ପୋଲିସ ଓ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିର୍ଶାଙ୍କ ଘରୁ ଶିଶୁକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛନ୍ତି । ଶିଶୁଟି କାହାର ଓ କିଏ କଣ ପାଇଁ ତାକୁ ଜଙ୍ଗଲରେ ଛାଡ଼ି ଚାଲିଗଲା ସେନେଇ ପୋଲିସ ତଦନ୍ତ କରୁଛନ୍ତି ।

Spread the love