ଜାମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି

ଶ୍ରୀ ନଗର: ଜାମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ପୁଚାଲ ଅଂଚଳରେ ସୁରକ୍ଷା ବାହିନୀର ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ପୁଚାଲ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀର ଯମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ସିଆରପିଏଫ ଯବାନ, ରାଷ୍ଟ୍ରୀୟ ରାଇଫଲର ଯବାନ ଓ ପୋଲିସ ଯୁଗ୍ମଭାବେ ଅତର୍କିତ ଚଢ଼ାଉ କରିଥିଲେ । ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରିଥିଲେ । ଏନକାଉଣ୍ଟର ପୂର୍ବରୁ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା । କିନ୍ତୁ ସେମାନେ ମାନି ନଥିଲେ ।

ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ଦକ୍ଷିଣ କଶ୍ମୀରର କୁଲଗାମରେ ମଧ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ୨ ଆତଙ୍କବାଦୀ ଲଶ୍କର-ଏ-ତଇବାର ସଦସ୍ୟ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love