ଆଇପିଏଲ-୨୦୨୧ : ଆଜି ମୁହଁମୁହିଁ ହେବେ କୋଲକାତା-ମୁମ୍ବାଇ

ଚେନ୍ନାଇ : ଆଇପିଏଲ-୨୦୧୧ର ୧୪ଶ ସଂସ୍କରଣରେ ମଙ୍ଗଳବାର ପଞ୍ଚମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ପରସ୍ପରକୁ ଭେଟିବେ । ଅର୍ଥାତ ରୋହିତ ଶର୍ମା ଓ ଇୟନ ମୋର୍ଗାନ ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିପାରେ । କୋଲକାତା ପ୍ରଥମ ମ୍ୟାଚ୍ରେ ପ୍ରତିପକ୍ଷ ଦଳ ହାଇଦ୍ରାବାଦକୁ ହରାଏ ବିଜୟ ସହ ଆଇପିଏଲ ଅଭିଯାନ ଆରମ୍ଭ କରିଛି । ତେଣୁ ଦଳର ମନୋବଳ ମଜବୁତ ରହିଛି । ଏହାକୁ ବଳ କରି ଦଳ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ଏବଂ ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ ରଖିବ । ଅପରପକ୍ଷରେ ମୁମ୍ବାଇ ଆଇପିଏଲର ଉଦଘାଟନୀ ମ୍ୟାଚରେ ପରାସ୍ତ ହୋଇଥିବାରୁ ଏହି ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ଦଳରେ ଦକ୍ଷ ଓ ମ୍ୟାଚ ବିଜୟୀ ଖେଳାଳି ଅଛନ୍ତି । ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ, ଅନମୋଲପ୍ରୀତ ସିଂହ, କ୍ରିସ ଲୀନ ଓ ସୌରଭ ତିୱାରୀଙ୍କ ଭଳି ବ୍ୟାଟସମ୍ୟାନ ଥିବାବେଳେ ଅନୁକୁଲ ରୟ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଜେମ୍ସ ନିଶାନ, କିରନ ପୋଲାର୍ଡ଼ଙ୍କ ଭଳି ଅଲ୍‌ରାଉଣ୍ଡର ମଧ୍ୟ ଅଛନ୍ତି । ସେହିପରି ବୋଲିଂରେ ବିପକ୍ଷ ଦଳକୁ ମାତ ଦେଲାଭଳି ବୋଲର ମଧ୍ୟ ଅଛନ୍ତି । ଯଶପ୍ରୀତ ବୁମରା, ନାଇଲ, ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ବୋଲର ଆସନ୍ତାକାଲି କିଛି କମାଲ ଦେଖାଇବେ ବୋଲି ଆଶା କରାଯାଉଛି । ଗୋଟିଏ ପଟେ ମୁମ୍ବାଇ ବିଜୟ ଅଭିଯାନ ଆରମ୍ଭ କରିନି, ଅନ୍ୟପଟେ କୋଲକାତା ପ୍ରଥମ ମ୍ୟାଚ ଜିତି ଥିବାବେଳେ ଦ୍ଵିତୀୟ ମ୍ୟାଚ ମଧ୍ୟ ଜିତିବା ଆଶା ରଖିଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି ।

ଆଇପିଏଲ୍‌ ଇତିହାସରେ ସବୁଠାରୁ ଏକପାଖିଆ ରେକର୍ଡ କେକେଆର୍‌ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ରହିଛି। ଉଭୟ ଦଳ ଅଦ୍ୟାବଧି ୨୭ଟି ମ୍ୟାଚ୍‌ ଖେଳିଥିବା ବେଳେ ମୁମ୍ବଇ ୨୧ଟି ଜିତିଥିବା ବେଳେ କେକେଆର୍‌ ମାତ୍ର ୬ଟି ମ୍ୟାଚ୍ ଜିତିଛି। ଏହି ରେକର୍ଡରେ ଉନ୍ନତି ଆଣିବାକୁ ଇଓନ୍ ମୋର୍ଗାନ୍‌ଙ୍କ ଦଳ ନିଶ୍ଚୟ ଚାହିଁବ। ପୁଣି ମୁମ୍ବଇ ଓ କେକେଆର୍‌ ମିଳିତ ଭାବେ ୭ଟି ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ମୁମ୍ବଇ ୫ ଥର ଓ କେକେଆର୍‌ ୨ ଥର ଏହି ଟାଇଟଲ ଜିତି ପାରିଛନ୍ତି। ତେବେ ମୁମ୍ବଇ ଦଳ ପ୍ରତି ଆଇପିଏଲ୍‌ରେ ପୂରା ଫର୍ମକୁ ଆସିବାକୁ କିଛି ସମୟ ନେଇଥାଏ। ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବା ପରେ ନାଇଟ୍‌ ରାଇଡର୍ସ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପାଇଁ ଦଳ ବର୍ତ୍ତମାନ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ଘରୋଇ ଖେଳାଳିଙ୍କ ପ୍ରଦର୍ଶନ ଦଳ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାଜିତ ହୋଇଥିଲା ଡିଫେଣ୍ଡିଂ ଚାମ୍ପିଅନ ଦଳ । ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, କିରେନ ପୋଲାର୍ଡ ପ୍ରମୁଖ ବିଫଳ ହୋଇଥିଲେ । ଏହା ବ୍ୟତୀତ ଦଳ ଅନେକ କ୍ୟାଚ୍‌ ହାତଛଡ଼ା କରିଥିଲା । ୩ଦିନର ଅଭ୍ୟାସ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସମସ୍ତ ତ୍ରୁଟି ସୁଧାରି ନେଇଛି । ମଙ୍ଗଳବାର ଉଭୟ ଦଳର ବୋଲିଂ ବିଭାଗ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ସନରାଇଜର୍ସ ବିପକ୍ଷରେ ନାଇଟ୍‌ ରାଇଡର୍ସ ୬ଜଣ ବୋଲରଙ୍କୁ ନିୟୋଜିତ କରିଥିଲା । ଭେଟେରାନ ହରଭଜନ ମାତ୍ର ଗୋଟିଏ ଓଭର ବୋଲିଂ କରିବାକୁ ସୁଯୋଗ ପାଇଥିଲେ । ତଥାପି ନାଇଟ୍‌ ରାଇଡର୍ସ ୧୦ ରନ୍‌ରେ ବିଜୟୀ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମଧ୍ୟ ଏକାଧିକ ଅଲ୍‌ରାଉଣ୍ଡର ରହିଛନ୍ତି । ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ । ତଥାପି କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ପୋଲାର୍ଡଙ୍କ ଭଳି ଅଲ୍‌ରାଉଣ୍ଡର ଦଳରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ନବାଗତ ପେସ୍‌ ବୋଲର ମାର୍କୋ ଜାନସେନ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କୃନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଦବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

କୋଲକାତା ନାଇଟ୍ ରାଇଡର୍ସ : ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

Spread the love