ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ଜାରି ରହିବ ଶିଳ୍ପାନୁଷ୍ଠାନ

ଭୁବନେଶ୍ୱର : ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ ଶିଳ୍ପାନୁଷ୍ଠାନ ଏବଂ ତତ୍ ସଂପର୍କିତ କାର୍ଯ୍ୟକଳାପ ବିନା କଟକଣାରେ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି । କିନ୍ତୁ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ହେବ । ସବୁ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ କର୍ମସ୍ଥଳୀ ଓ ପରିସରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ଶିଳ୍ପାନୁଷ୍ଠାନ ଏବଂ ତତ୍‌ସମ୍ପର୍କିତ କାର୍ଯ୍ୟକଳାପ ବିନା କଟକଣାରେ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବାକୁ ହେବ। ସବୁ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ କର୍ମସ୍ଥଳୀ ଓ ପରିସରରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। କର୍ମଚାରୀମାନଙ୍କ କୋଭିଡ୍‌ ପରୀକ୍ଷା ପାଇଁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ। କ୍ୟାମ୍ପସ ଓ କାର୍ଯ୍ୟସ୍ଥଳୀରେ କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Spread the love