ଭାରତର ସାମଗ୍ରିକ କୋଭିଡ ୧୯ ଟିକାକରଣ ୧୫ କୋଟି ଅତିକ୍ରମ

ନୂଆଦିଲ୍ଲୀ : କୋଭିଡ ୧୯ ମହାମାରୀ ବିରୋଧୀ ଲଢେଇରେ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଭାରତର ସାମଗ୍ରିକ କୋଭିଡ ୧୯ ଟିକାକରଣ ୧୫ କୋଟି ଅତିକ୍ରମ କରିଛି ।

ଆଜି ସକାଳ ସାତଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୨,୦୭,୦୬୫ ସେସନରେ ୧୫,୦୦, ୨୦,୬୪୮ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥିରେ ୯୩,୬୭,୫୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୧,୪୭,୯୧୮ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୨୩,୧୯,୯୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୬୬,୧୨,୭୮୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୫,୧୪,୯୯,୮୩୪ ପ୍ରଥମ ଡୋଜ ହିତାଧିକାରୀ ଓ ୯୮,୯୨,୩୮୦ ଦ୍ୱିତୀୟ ଡୋଜ ହିତାଧିକାରୀ ୬୦ ବର୍ଷରୁ ଅଧିକ ଓ ୫,୧୦,୨୪,୮୮୬ (ପ୍ରଥମ ଡୋଜ) ଓ ୩୧,୫୫,୪୧୮ (ଦ୍ୱିତୀୟ ଡୋଜ) ୪୫ରୁ ୬୦ ବର୍ଷ ବୟସ୍କ ହିତାଧିକାରୀ ସାମିଲ ଅଛନ୍ତି ।

ଗତ ୨୪ ଘଂଟାରେ ୩,୭୯,୨୫୭ ନୂଆ ମାମଲା ପଞ୍ଜିକୃତ ହୋଇଛି । ଦଶଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ୭୨.୨୦ % ନୂଆ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬୩,୩୦୯ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ କର୍ଣ୍ଣାଟକରେ ୩୯,୦୪୭ ଓ କେରଳରେ ୩୫,୦୧୩ ନୂଆ ମାମଲା ପଞ୍ଜିକୃତ ହୋଇଛି । ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୩୦,୮୪,୮୧୪ରେ ପହଂଚିଛି । ଏହା ଦେଶର ସମୁଦାୟ ସକ୍ରିୟ ମାମଲାର ୧୬.୭୯ ପ୍ରତିଶତ । ଗତ ୨୪ ଘଂଟାରେ ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟାରେ ୧,୦୬,୧୦୫ ବୃଦ୍ଧି ପାଇଛି । ଭାରତର ସମୁଦାୟ ସକ୍ରିୟ ମାମଲାରେ ୧୧ଟି ରାଜ୍ୟର ୭୮.୨୬% ଭାଗିଦାରୀ ରହିଛି ।

Spread the love