ଦେଶରେ ଆଉ ୧,୩୨,୩୬୪ କରୋନା ସଂକ୍ରମିତ ଚିହ୍ନଟ, ୨,୭୧୩ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍‌ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ଏପ୍ରିଲ ୧୦ ତାରିଖ ପର ଠାରୁ ଅର୍ଥାତ୍‌ ୫୩ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ଜଣାଯାଇଛି।

ଶୁକ୍ରବାର ଗତ ୨୪ଘଣ୍ଟାରେ ୧ଲକ୍ଷ ୩୨ହଜାର ୩୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୭୧୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨ଲକ୍ଷ ୦୭ହଜାର ୦୭୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୫ଲକ୍ଷ ୭୪ହଜାର ୩୫୦କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୦ହଜାର ୭୦୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୬୫ଲକ୍ଷ ୭୯ହଜାର ୬୫୫ଜଣ ସୁସ୍ଥ ହୋଇଥିବା ବେଳେ ୧୬ଲକ୍ଷ ୩୫ହଜାର ୯୯୩ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Spread the love