ଦେଶରେ ୨୪ ଘଂଟାରେ କରୋନାର ୧.୩୪ ଲକ୍ଷ ମାମଲା, ୨୮୮୭ ଲେକାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ଧରି କରୋନା ମୁକାବିଲାରେ ନୂଆ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଂଟାରେ କରୋନାରେ ୧ ଲକ୍ଷ ୩୪ ହଜାର ୧୫୪ ନୂଆ ମାମଲା ସାମନାକୁ ଆସିଛି, ଯାହା ଏହି ବେମାରୀରେ ୨ ହଜାର ୮୮୭ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ୨ ଲକ୍ଷ ୧୧ ହଜାର ୪୯୯ ରୋଗୀ ସୁସ୍ଥ ହୋଇଛନ୍ତି । ଖୁସିର ଖବର କି ନୂଆମାମାଲାର ପଜିଟିଭିଟି ରେଟ୍ କମ୍ ଆସୁଛି । ଗତ ୧୦ ଦିନରେ ଲଗାତର ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ତଳକୁ ରହୁଛି । ଗତ ୨୪ ଘଂଟାରେ ପଜିଟିଭିଟି ରେଟ୍ କମି ୬.୨୧ ପ୍ରତିଶତ ରହିଛି ।

ଗୁରୁବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଏବେ ସୁଦ୍ଧା କରୋନାରେ ମୋଟ ୨ କୋଟି, ୮୪ ଲକ୍ଷ ୪୧ ହଜାର ୯୮୬ ମାମଲା ସାମନାକୁ ଆସିଛି । ଏହି ବେମାରୀରେ ଏବେ ସୁଦ୍ଧା ୩ ଲକ୍ଷ, ୩୭ ହଜାର, ୯୮୭ ଲୋକଙ୍କ ମୃତ୍ୟୁ ହୋଇଛି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୧୭ ଲକ୍ଷ, ୧୩ ହଜାର, ୪୧୩ ରହିଛି । ଖୁସିର ଖବର କରୋନାରୁ ଏବେ ସୁଦଧା ୨ କୋଟି ୬୩ ଲକ୍ଷ, ୯୦ ହଜାର, ୫୮୪ ରୋଗୀ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି ଯାହା ଖୁସିର ଖବର । ରିକଭରି ରେଟରେ ମଧ୍ୟ ସୁଧାର ଆସୁଛି । ଗତ ୨୪ ଘଂଟାରେ ଦେଶରେ ରିକଭରି ରେଟ୍ ବଢ଼ି ୯୨.୭୯ ପ୍ରତିଶତ ହୋଇଛି । ଆଇସିଏମ୍ରଆର ତଥ୍ୟ ଅନୁଯାୟୀ ଗତ ୨୪ ଘଂଟାରେ ୨୧ ଲକ୍ଷ ରୁ ଅଧିକ ଟେଷ୍ଟ କରାଯାଇଛି । ୨ ଜୁନ୍ ସୁଦ୍ଧା ୨୧ ଲକ୍ଷ ୫୯ ହଜାର, ୮୭୩ ଟେଷ୍ଟ କରାଯାଇଛି । ଦେଶରେ ଏବେ ସୁଦ୍ଧା ମୋଟ ୩୫ କୋଟି, ୩୭ ଲକ୍ଷ, ୮୨ ହଜାର ୬୪୮ ଟେଷ୍ଟ କରାଯାଇଛି ।

Spread the love