ଦେଶରେ ଆଉ ୫୬,୨୧୧ କରୋନା ସଂକ୍ରମିତ ଚିହ୍ନଟ, ୨୭୧ ମୃତ

ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଗାତାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟରେ ପରିଣତ ହୋଇଛି । ଏହି ସବୁ ରାଜ୍ୟରେ ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିମଧ୍ୟରୁ ୮୨.୯୬ ପ୍ରତିଶତ କେବଳ ୫ ରାଜ୍ୟରେ ରହିଛନ୍ତି । ସବୁଠାରୁ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ରହିଛି । ମହାରାଷ୍ଟ୍ର ଓ କେରଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧.୬୯ ପ୍ରତିଶତ ରହିଛି । ସେହିପରି ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣାର ସ୍ଥିତି ଚିନ୍ତାଜନକ ରହିଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗି ସୁସ୍ଥତା ହାର ୯୪.୫୯% ରହିଛି । ସେହିପରି ଏବେ ମାତ୍ର ୧.୨୮%ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧.୩୫% କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ଘଣ୍ଟାରେ ୫୬ହଜାର ୨୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ଆଉ ୩୭ ହଜାର ୦୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨୦ଲକ୍ଷ ୯୫ହଜାର ୮୫୫କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୨ହଜାର ୧୧୪ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୧୩ଲକ୍ଷ ୯୩ହଜାର ୦୨୧ ଜଣ ସୁସ୍ଥ ହୋଇଥିବା ବେଳେ ୫ଲକ୍ଷ ୪୦ହଜାର ୭୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Spread the love