ଦେଶରେ ଆଉ ୨୫,୩୧୭ କରୋନା ସଂକ୍ରମିତ ଚିହ୍ନଟ, ୧୬୧ ମୃତ

ନୂଆଦିଲ୍ଲୀ : ଦେଶର ଲଗାତାର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଦୈନିକ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଗତ ୫ ଦିନରେ ଦେଶରେ ସଂକ୍ରମଣ ୧ଲକ୍ଷ ଅତିକ୍ରମ କରିଛି । ଏଥିମଧ୍ୟରୁ ୮୨.୯୬ ପ୍ରତିଶତ କେବଳ ୫ ରାଜ୍ୟରେ ରହିଛନ୍ତି । ସବୁଠାରୁ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ରହିଛି । ମହାରାଷ୍ଟ୍ର ଓ କେରଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧.୬୯ ପ୍ରତିଶତ ରହିଛି । ସେହିପରି ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣାର ସ୍ଥିତି ଚିନ୍ତାଜନକ ରହିଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗି ସୁସ୍ଥତା ହାର ୯୬.୭% ରହିଛି । ସେହିପରି ଏବେ ମାତ୍ର ୧.୨୮%ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧.୪୩% କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାରି ମଧ୍ୟରେ ରବିବାର ଗତ ୨୪ଘଣ୍ଟାରେ ୨୪ହଜାର ୮୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୬ହଜାର ୬୩୭ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୩ଲକ୍ଷ ୫୯ହଜାର ୦୪୮କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୮ହଜାର ୬୦୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୯ଲକ୍ଷ ୮୯ହଜାର ୮୯୭ ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୧୦ହଜାର ୫୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Spread the love