ଉତରପ୍ରଦେଶରେ ମଇ ୧୭ ପର୍ଯ୍ୟନ୍ତ ବୃଦ୍ଧି ହେଲା କର୍ଫ୍ୟୁ

ଲକ୍ଷ୍ନୌ : ଉତର ପ୍ରଦେଶ ରାଜ୍ୟ ସରକାର କରୋନା କର୍ଫ୍ୟୁକୁ ୧୭ ତାରିଖ ପର୍ଯ୍ୟନ୍ତ ଆଂଶିକ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି । ଯାହା ଏହି କର୍ଫ୍ୟୁ ୧୦ ମଇ ପର୍ଯ୍ୟନ୍ତ ଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିମ୍‌-୯ ସହିତ ହୋଇଥିବା ଏକ ବୈଠକରେ କହିଛନ୍ତି ଯେ, କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ସରକାର ଏହି ପଦକ୍ଷେପ ନେଉଛନ୍ତି । ପ୍ରଦେଶ ସାରା ସାପ୍ତାହିକ ବନ୍ଦର ପ୍ରଭାବ ରହିଛି । ଏହାଦ୍ୱାରା କରୋନାର ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳିଛି । ଏହା ବାଦ ସରକାର ପୁଣି ଆଂଶିକ କରୋନା କର୍ଫ୍ୟୁକୁ ୧୭ ମଇ ସକାଳ ୭ ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାର ୧୦ ମଇ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲେ । ସରକାରୀ ମୁଖପାତ୍ରଙ୍କ କହିବା ଅନୁଯାୟୀ ଆଂଶିକ କରୋନା କର୍ଫ୍ୟୁ ୧୭ ମଇ ପର୍ଯ୍ୟନ୍ତ ଆବଶ୍ୟକ ଓ ନିତ୍ୟବ୍ୟବହାର୍ଯ୍ୟ ସେବା ଜାରି ରହିବ । ଔଷଧ, ପନିପରିବା ଦୋକାନ, ଶିଳ୍ପ ଇତ୍ୟାଦି ଚାଲିବ । ବିନା କାରଣରେ ଘରୁ ବାହାରକୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Spread the love