ଜାମନଗର ଏୟାରବେସ୍ ଅବତରଣ କଲା ଆଉ ୩ଟି ରାଫେଲ ବିମାନ‌

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ଆସିଥିବା ଏହି ରାଫେଲ ଗୁଜରାଟର ଜାମନଗର ଏୟାରବେସ୍‌ରେ ବୁଧବାର ରାତିରେ ଅବତରଣ କରିଛି । ଜାତୀୟ ଗଣମାଧ୍ୟମ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହି ୩ଟି ରାଫେଲ ବିମାନ ଭାରତ ଆସିବା ପରେ ଏବେ ମୋଟ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ଫ୍ରାନ୍ସରୁ ଉଡ଼ିଥିବା ବିମାନ ଗୁଡ଼ିକ ୟୁଏଇ ରାସ୍ତାରେ ଭାରତ ପହଞ୍ଚିଥିଲେ । ଅଧବାଟରେ ୟୁଏଇ ବାୟୁସେନା ସାହାଯ୍ୟରେ ରାଫେଲ ବିମାନରେ ବିମାନରେ ଆକାଶରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ ଚଳିତ ଏପ୍ରିଲ ମାସରେ ଫ୍ରାନ୍ସରୁ ଆହୁରି ୭ରୁ ୮ଟି ରାଫେଲ ବିମାନ ଆସିବ ବୋଲି ଜଣାପଡିଛି । ଏହା ଦ୍ୱାରା ଆମ ପାଖରେ ଲଢୁଆ ବିମାନ ସଂଖ୍ୟା ଆହୁରି ବଢ଼ିଯିବ । ସୂଚନା ଯେ, ଗତ ବର୍ଷ ଜୁଲାଇ-ଅଗଷ୍ଟରେ ଭାରତକୁ ଫ୍ରାନ୍ସ ରାଫେଲ ଲଢୁଆ ବିମାନ ଦେବା ପ୍ରକ୍ରିୟା ଆରମ୍ଭ କରିଥିଲା ।

Spread the love