ଗଞ୍ଜାମରେ ଆଜିଠାରୁ ୭ଦିନ ପାଇଁ ସବୁ ଧର୍ମାନୁଷ୍ଠାନ ବନ୍ଦ କଲା ପ୍ରଶାସନ

ଗଞ୍ଜାମ : ଗଞ୍ଜାମରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ଭୂତାଣୁ । ଏହାକୁ ଦୃଷ୍ଟିରେ ରଖି ସବୁ ଧର୍ମାନୁଷ୍ଠାନ ଆଜି ଠାରୁ ୭ଦିନ ପାଇଁ ବନ୍ଦ କରାଯାଇଛି । କୋଭିଡ଼୍ ସଂକ୍ରମଣ ବୃଦ୍ଧି ପରେ ଆଜିଠାରୁ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୁଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏହା ସହ ୭ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ । ପାର୍କ, ଖେଳପଡ଼ିଆ,ସମୁଦ୍ର ବେଳାଭୁମି ଓ ହ୍ରଦ ମଧ୍ୟ ୭ଦିନ ବନ୍ଦ ରହିବ ଏବଂ ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତ ଉପରେ କଟକଣା ଲଗାଯାଇଛି ।

Spread the love