ନିୟମ ନ ମାନିଲେ କଣ୍ଟେନମେଣ୍ଟ ଜୋନ୍ କରାଯିବ : ବିଏମସି କମିଶନର

ଭୁବନେଶ୍ୱର : ସଂକ୍ରମଣ ବଢୁଛି କିନ୍ତୁ ଲୋକେ ସଚେତନ ହେଉନାହାନ୍ତି । ଯଦି ନିୟମ ନମାନିବେ ତାହେଲେ କଡା ପଦକ୍ଷେପ ନିଆଯିବ । କେଂଟନମେଂଟ ଜୋନ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢି ଚାଲିଛି । ଲୋକେ ସଚେତନ ହେଉନାହାନ୍ତି କି ନିୟମ ମାନୁ ନାହାନ୍ତି । ଲୋକଙ୍କୁ ସହଯୋଗ କରିବାକୁ ପଡ଼ିବ । ନିୟମ ମାନିବାକୁ ପଡିବ । ନହେଲେ ଆମେ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବୁ । କେଂଟନମେଂଟ୍ ଜୋନ୍ କରିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛୁ । ଆମ ପାଖେ ଏବେ ୩୦୦୦ ବେଡ଼ ଅଛି । ଆଗାମୀ ୧୦ ଦିନ ମଧ୍ୟରେ ଆଉ ୩୦୦୦ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତମାନ ୩୦୦୦ ବେଡ଼ରୁ ୫୦ ପ୍ରତିଶତ ଫୁଲ୍ ଅଛି, ଆଉ ୫୦ ପ୍ରତିଶତ ବେଡ଼ ଖାଲି ଅଛି । ୮୫ ପ୍ରତିଶତରୁ ଅଧିକ ଲୋକ ଘରୋଇ ସଂଗରୋଧରେ ଅଛନ୍ତି । ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି । ଆମେ ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ହେଉଛୁ ବୋଲି ବିଏମସି କମିଶନର କହିଛନ୍ତି ।

Spread the love