ମେ ୩ ଯାଏଁ ଭାରତକୁ ବିମାନ ଚଳାଚଳ ବନ୍ଦ କଲା ହଙ୍ଗକଙ୍ଗ

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ସଂକ୍ରମଣର ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନାର ଦ୍ଵିତୀୟ ଲହର ଆତଙ୍କ ଖେଳାଇ ଦେଇଛି । ତେବେ ଏସବୁ ସ୍ଥିତିକୁ ଦେଖି କଟକଣା ଲଗାଇଛି ହଙ୍ଗକଙ୍ଗ । ଆସନ୍ତା ୨ ସପ୍ତାହ ଯାଏଁ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ଏପ୍ରିଲ ୨୦ ଅର୍ଥାତ୍ ମଙ୍ଗଳବାର ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ବାତିଲ କରିଛି ହଙ୍ଗକଙ୍ଗ ପ୍ରଶାସନ ।

ଭିସ୍ତାରା ଏୟାର ଲାଇନ୍ସ ୫୦ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ହୋଇଛି । ସେହପିର ହଙ୍ଗକଙ୍ଗରେ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ୭୨ ଘଣ୍ଟାର କୋଭିଜ-୧୯ ନେଗେଟିଭ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏହାପୂର୍ବରୁ ରବିବାର ହଙ୍ଗକଙ୍ଗ ସରକାର ମୁମ୍ୱାଇରୁ ହଙ୍ଗକଙ୍ଗ ଅଭିମୁଖେ ଚାଲୁଥିବା ଭିସ୍ତାରା ଏୟାର ଲାଇନ୍ସର ସମସ୍ତ ବିମାନ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ରବିବାବ ଭିସ୍ତାରା ମୁମ୍ୱାଇ ହଙ୍ଗକଙ୍ଗ ବିମାନରେ ପହଞ୍ଚିଥିବା ୩ ବ୍ୟକ୍ତି ଭୂତାଣୁ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Spread the love