ହୀରାକୁଦ ଜଳଭଣ୍ଡାରରୁ ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ସକାଳେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ବର୍ତ୍ତମାନ ଗୋଟିଏ ଗେଟରେ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ଜଳଭଣ୍ଡାର ମଧ୍ୟକୁ ଘଣ୍ଟା ପ୍ରତି ୬୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୯ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହୋଉଛି। ପରବର୍ତ୍ତୀ ସମୟ ହୀରାକୁଦରେ ଅନ୍ୟ ଗେଟ୍ ଖୋଲା ଯିବା ନେଇ ନିଷ୍ପତ୍ତି ନିଆଯିବ। ବନ୍ୟାଜଳ ନିଷ୍କାସନକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା।

ସୂଚନା ମୁତାବିକ, କରୋନା କଟକଣା ଯୋଗୁ ଏଥର କେବଳ ବିଧିରକ୍ଷାରେ ପୂଜା ହୋଇଛି ଏବଂ କାହାରିକୁ ସେଠାକୁ ଛଡ଼ାଯାଇ ନାହିଁ। ସାଧାରଣତଃ ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟାଜଳ ଖଇରମାଳ ଏବଂ ବରମୁଳ ପହଞ୍ଚିବା ପାଇଁ ୧୨ରୁ ୧୬ ଘଣ୍ଟା ଲାଗିଯାଏ । ୩୬ରୁ ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡୁଳିରେ ପହଞ୍ଚିଥାଏ । ଏଥିପାଇଁ ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ସେଠାରେ ସତର୍କ ସୂଚନା ଜାରି କରାଯାଏ। ଏନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ତଳମୁଣ୍ଡର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ତଳମୁଣ୍ଡରେ ଥିବା ଜିଲ୍ଲାଗୁଡିକରେ ମହାନଦୀ ଭିତରକୁ ମତ୍ସଜୀବୀ ମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

Spread the love