ହିନ୍ଦୁ ଧର୍ମ ଅନୁସାରେ ଆପଣ କଣ ସବୁ ପାପ କାର୍ଯ୍ୟ କରୁଛନ୍ତି ଜାଣନ୍ତି କି ?

ଆମ ଦେଶ ଭାରତ ଏକ ଧର୍ମ ବହୁଳ ରାଷ୍ଟ୍ର ଏଠାରେ ସବୁ ଧର୍ମର ଲୋକ ପ୍ରାୟ ବସବାସ କରନ୍ତି | ଏଠାରେ ହିନ୍ଦୁ ଧର୍ମର ଲୋକମାନେ ଅଧିକ ବସବାସ କରୁଥିବାରୁ ଏହାର ନାମ ହିନ୍ଦୁସ୍ତାନ ମଧ୍ୟ | ହିନ୍ଦୁ ଧର୍ମରେ ସମୁଦାୟ ୧୮ଟି ପୁରାଣ ରହିଛି । ତନ୍ମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଯେଉଁଥିରେ ମନୁଷ୍ୟ ଜୀବନକୁ ସୁଖମୟ କରିବା ପାଇଁ ଅନେକ ମନ୍ତ୍ର ଉଲ୍ଲେଖ ରହିଛି । ଏହି ଶିବ ପୁରାଣରେ ଏପରି ୫ଟି ପାପର ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଅଜାଣତରେ କରିଥାଏ ଓ ତାହାର ଦଣ୍ଡ ଭୋଗିଥାଏ । ଅଜାଣତରେ ଏହି ପାପ କରିବା ଦ୍ୱାରା ଆମେ ଯେତେ ପୁଣ୍ୟ କର୍ମ କଲେ ମଧ୍ୟ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ହୋଇଥାଉ । ତେବେ ଆସନ୍ତୁ ଜାଣିବା କେଉଁ ପାପ ସବୁ ଆମେ ଅଜାଣତରେ କରିଥାଉ ।

 

୧- ମାନସିକ ପାପ

ଶିବ ପୁରାଣ ଅନୁସାରେ କଳିଯୁଗ ମନୁଷ୍ୟ ପ୍ରତିଦିନ ମାନସିକ ପା-ପ କରିଥାଏ । ଯେକୌଣସି କାରଣ ପାଇଁ ମନରେ ଅନ୍ୟ ପ୍ରତି ଖରାପ ବିଚାର ଆଣିବା ବା ଅନ୍ୟର ଅହିତ ଚିନ୍ତା କରିବା ହିଁ ମାନସିକ ପାପ ଅଟେ । ପ୍ରତ୍ୟେକ ମନୁଷ୍ୟ ମନରେ ଭଗବାନଙ୍କ ନିବାସ ରହିଥାଏ । ଅତଃ ମନରେ ଖରାପ ବିଚାର ଆଣିବା ଅର୍ଥ ସେହି ଭଗବାନଙ୍କ ଅପମାନ କରିବା ।

୨- ବାଚକ ପାପ

ଶିବ ପୁରାଣ ଅନୁସାରେ ମୁଖରେ ଅନ୍ୟକୁ ଖରାପ କଥା କହିବା ବା କାହାକୁ ଦୁଃଖ ଦେବା ପାଇଁ ଅନୁଚିତ୍ ଭାଷାର ପ୍ରୟୋଗ କରିବା ଏକ ବଡ଼ ପାପ ଅଟେ । ମନୁଷ୍ୟ ସର୍ବଦା ନିଜ ମୁଖରେ ସତ୍ୟ ଓ ମଧୁର କଥା କହିବା ଉଚିତ୍ । ମିଥ୍ୟା କହିବା ଓ କଟୁ ବାକ୍ୟରେ ଅନ୍ୟର ଅପମାନ କରିବାକୁ ପାପ ବୋଲି କୁହାଯାଏ । ଏପରି ଲୋକ ଜୀବନରେ ସର୍ବଦା ଦରିଦ୍ର ହୋଇ ରୁହନ୍ତି ।

 

୩- ଶାରୀରିକ ପାପ

ଶିବ ପୁରାଣରେ ପ୍ରକୃତିକୁ ଇଶ୍ୱରୀୟ ରୂପ ବୋଲି ମାନାଯାଏ । ସେଥିପାଇଁ ଅକାରଣରେ ପ୍ରକୃତିକୁ କ୍ଷତି କରିବା ପା-ପ ବୋଲି ମାନା ଯାଇଛି । ଗଛ ପତ୍ର କାଟିବା, ପଶୁ ପକ୍ଷୀଙ୍କ ହତ୍ୟା କରିବା ଆଦି ଶାରୀରିକ ପାପ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପାଦ ତଳେ ଛୋଟ ଛୋଟ ଜୀବଜନ୍ତୁଙ୍କୁ ଦଳିବା ମଧ୍ୟ ପାପ ବୋଲି କୁହା ଯାଇଛି ।

 

୪- ନିନ୍ଦା କରିବା

ଶିବ ପୁରାଣ ଅନୁସାରେ ନିନ୍ଦା କରିବା କଳିଯୁଗର ସବୁଠୁ ଭୟଙ୍କର ପାପ ମଧ୍ୟରୁ ଗୋଟିଏ । ମନୁଷ୍ୟ ଭୁଲ୍ ରେ ମଧ୍ୟ କାହାରି ନିନ୍ଦା କରିବା ଉଚିତ୍ ନୁହେଁ । ନିନ୍ଦା କରିବା ଆଗରୁ ବ୍ୟକ୍ତି ଜଣକ ନିନ୍ଦାର ପାତ୍ର ଅଟନ୍ତି କି ନାହିଁ ନିଶ୍ଚୟ ଭାବନ୍ତୁ । ବୃଦ୍ଧ, ଗୁରୁଜନ, ଶିକ୍ଷକ ଓ ମାତାପିତାଙ୍କ ନିନ୍ଦା କରିବା ସବୁଠୁ ବଡ଼ ପାପ ଅଟେ । ସେଥିପାଇଁ ଭୁଲ୍ ରେ ମଧ୍ୟ କାହାରି ନିନ୍ଦା କରନ୍ତୁ ନାହିଁ ।

 

୫- ମନ୍ଦ ଲୋକଙ୍କ ସଙ୍ଗତି

ଭଗବାନ ଶିବଙ୍କ ଅନୁସାରେ ଚୋରି କରିବା, ହତୟା କରିବା ପାପ ଅଟେ । ମାତ୍ର ଏହି ଲୋକଙ୍କ ସଙ୍ଗତିରେ ରେ ଆସିବା, ସେମାନଙ୍କୁ ଶରଣ ଦେବା ବା ସେମାନଙ୍କ କୌଣସି କାର୍ଯ୍ୟରେ ସହାୟତା କରିବା ଅର୍ଥ ସେମାନଙ୍କ ପାପର ଭାଗୀଦାର ହେବା । ସେଥିପାଇଁ ଏହି ଲୋକଙ୍କ ସଙ୍ଗତିରୁ ବଞ୍ଚିତ ରହିବା ଉଚିତ୍ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ!

Spread the love