ଗୁଣପୁର ଜିଆଇଟି ୩ ଦିନ ପାଇଁ ବନ୍ଦ

ରାୟଗଡା : ରାୟଗଡାର ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ୟୁନିଭର୍ସିଟି କ୍ୟାମ୍ପସରେ କରୋନା ସଂକ୍ରମିତ ଚିହ୍ନଟ । ଏନେଇ ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ କରାଯାଇଛି ବୋଲି ଜଣାପଡିଛି । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ ରେଜିଷ୍ଟାର ଘୋଷଣା କରିଛନ୍ତି।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟକୁ ୩ ଦିନ ବନ୍ଦ ରଖାଯାଇଛି। ଏହି ସମୟରେ କ୍ୟାମ୍ପସ ବାହାରେ ରହୁଥିବା ବିଶ୍ୱବିଦ୍ୟାଳୟର ଛାତ୍ର ଓ କର୍ମଚାରୀମାନଙ୍କୁ ଏହି ଅବଧି ମଧ୍ୟରେ ପରିସର ଭିତରକୁ ଯିବାକୁ ଅନୁମତି ଦିଆଯିବନାହିଁ । ଏହାସହ କ୍ୟାମ୍ପସ ଭିତର ଷ୍ଟାଫ ଓ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଟିମକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯେ, ଏହା ପୂର୍ବରୁ ଭୁବନେଶ୍ୱରର ଅକ୍ସଫୋର୍ଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ସିଲ୍ କରାଯାଇଛି ।

Spread the love