ଗ୍ରାମ ପଞ୍ଚାୟତର ନିର୍ଦ୍ଦେଶରେ ୩୦୦ ବୁଲା କୁକୁରଙ୍କୁ ହତ୍ୟା କରି ପୋତି ଦିଆଯିବା ଘଟଣା ସାମ୍‌ନାକୁ ଆସିଛି

ବିଜୟୱାଡା: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଲିଙ୍ଗପାଲେମ ଅଞ୍ଚଳରେ ଗ୍ରାମ ପଞ୍ଚାୟତର ନିର୍ଦ୍ଦେଶରେ ୩୦୦ ବୁଲା କୁକୁରଙ୍କୁ ହତ୍ୟା କରି ପୋତି ଦିଆଯିବା ଘଟଣା ସାମ୍‌ନାକୁ ଆସିଛି ।

କୁକୁରଙ୍କ ଦାଉରୁ ରକ୍ଷା ପାଇବା ଲାଗି ସରପଞ୍ଚ ଓ ପଞ୍ଚାୟତ ସମ୍ପାଦକଙ୍କ ନିର୍ଦ୍ଦେଶରେ ବାହାରୁ କିଛି ଲୋକଙ୍କୁ ଅଣାଯାଇଥିଲା । ସେମାନେ କୁକୁରମାନଙ୍କୁ ଧରି ବିଷ ଇଞ୍ଜେକସନ ଦେଇ ହତ୍ୟା କରିଥିଲେ । ପରେ ଗାଁରେ ଥିବା ପରିତ୍ୟକ୍ତ ସ୍ଥାନରେ ଗାତଖୋଲି ମୃତ କୁକୁରମାନଙ୍କୁ ପୋତି ଦିଆଯାଇଥିଲା । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ପ୍ରାଣୀ ସୁରକ୍ଷା କର୍ମୀ ଶ୍ରୀଲତା ଛଲାପଲ୍ଲି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଉଭୟ ସରପଞ୍ଚ ଓ ପଞ୍ଚାୟତ ସମ୍ପାଦକଙ୍କ ନାମରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

Spread the love