ଗୋଲଡେନ୍ ବୟଙ୍କ ଓ଼ଲ୍ଡ କାହାଣୀ | କେମିତି ବନିଥିଲେ ଗୋଲଡେନ ବୟ ?

ନୂଆଦିଲ୍ଲୀ: ନୀରଜ ଚୋପ୍ରା, ଏହି ନାଁର କୌଣସି ପରିଚୟ ଦେବା ଆବଶ୍ୟକ ନାହିଁ । ନୀରଜ ବିଶ୍ ସ୍ତରରେ ସେହି କାର୍ଯ୍ୟ କରି ଦେଖାଇଛନ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କ ଛାତିକୁ ଗର୍ବର ସହିତ ଚଉଡ଼ା କରିଦେଇଛି, କିନ୍ତୁ ଆପଣ ଜାଣନ୍ତି କି ‘ଦେଶୀ ବୟ’ ରୁ ‘ଗୋଲଡେନ୍ ବୟ’ ପର୍ଯ୍ୟନ୍ତ ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ତେବେ ଆସନ୍ତୁ ଜାଣିବା, ଟୋକିଓ ଆଳିମ୍ପିକରେ ପୁରୁଷ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ୨୩ ବର୍ଷୀୟ ନୀରଜ ଚୋପ୍ରାଙ୍କ ‘ଫ୍ୟାଟ୍-ଟୁ-ଫିଟ୍’ କାହାଣୀ ସମ୍ପର୍କରେ…

ହରିୟାଣାର ପାନିପତରେ ଅବସ୍ଥିତ ଖାନ୍ଦରା ଗ୍ରାମର ବାସିନ୍ଦା ହେଉଛନ୍ତି ନୀରଜ। ତାଙ୍କର ଗଜବ ଫୂର୍ତ୍ତି ଏବଂ ଏକଦମ୍‌ ଫିଟ୍ ବଡ଼ି ଦେଖିବା ପରେ, ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ସମୟରେ ସେ ମୋଟାପଣର ଶିକାର ହୋଇଥିଲେ । ସୂଚନା ଅନୁଯାୟୀ, ମାତ୍ର ୧୨ ବର୍ଷ ବୟସରେ ତାଙ୍କର ଓଜନ ପ୍ରାୟ ୯୦ କିଲୋଗ୍ରାମ ହୋଇଯାଇଥିଲା, ଯାହା ପିଲାଙ୍କ ପାଇଁ ଅତ୍ୟଧିକ ଥିଲା। ବାସ୍ତବରେ, ନୀରଜ ପ୍ରତିଦିନ ଘି-ବଟର ଏବଂ ମଲାଇ ଖାଉଥିଲେ କିନ୍ତୁ ଏହି ଜିନିଷଗୁଡିକ ହଜମ କରିବା ପାଇଁ ବ୍ୟାୟାମ କରୁନଥିଲେ । ଧିରେ ଧିରେ ତାଙ୍କୁ ନେଇ ତାଙ୍କ ପରିବାର ଲୋକଙ୍କ ଚିନ୍ତା ବଢ଼ିବାକୁ ଲାଗିଲା। ତାଙ୍କ ପିତା ଏବଂ ମାମୁଁ ତାଙ୍କୁ ପାନିପତର ଏକ ଜିମ୍ ଏବଂ କ୍ରୀଡା ଷ୍ଟାଡିୟମକୁ ନେବାକୁ ସ୍ଥିର କଲେ ।

ସୂଚନା ଅନୁଯାୟୀ, ନୀରଜଙ୍କ ଜୀବନରେ ଏଠାରୁ ଏକ ନୂଆ ମୋଡ଼ ଆସିଥିଲା। ସେଠାରେ ଥିବାବେଳେ ବ୍ୟାୟାମ ଏବଂ କ୍ରୀଡା ସହିତ ଜଡିତ ହେବା ପରେ ନୀରଜ ଜାଭେଲିନ୍ ଥ୍ରୋ ସ୍ପୋର୍ଟସକୁ ମଧ୍ୟ ଭଲ ପାଉଥିଲେ। ନିୟମିତ ବ୍ୟାୟାମ, ସଠିକ୍ ପରିମାଣରେ ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଶରୀରକୁ ଗୁରୁତ୍ୱ ଦେବା କାରଣରୁ ନୀରଜ ତାଙ୍କ ଜୀବନରେ ଅନେକ ମାଇଲଖୁଣ୍ଟ ହାସଲ କରିଥିଲେ ।

ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ପିଲାମାନେ ତାଙ୍କୁ ପ୍ରେରଣା ଭାବରେ ଦେଖୁଛନ୍ତି । ସେହି ପିଲାମାନଙ୍କ ପାଇଁ ତାଙ୍କର ବାର୍ତ୍ତା କ’ଣ, ନୀରଜ ଉତ୍ତର ଦେଇଛନ୍ତି, ‘ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନେ କଠିନ ପରିଶ୍ରମ କରନ୍ତୁ ଏବଂ ସେମାନେ ପସନ୍ଦ କରୁଥିବା ଖେଳ ଖେଳନ୍ତୁ। ପୂରା ସମର୍ପଣ ସହିତ କଠିନ ପରିଶ୍ରମ କର ଏବଂ ଯେକୌଣସି ଜିନିଷ ହାସଲ କରିପାରିବ।’

କେବଳ ପିଲାମାନେ ନୁହଁନ୍ତି, ନୀରଜ ଆଜି ବଲିଉଡର ସେଲିବ୍ରିଟିମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଉଛନ୍ତି । ନୀରଜ ନିକଟରେ ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମେଦବହୁଳତା ବିରୋଧରେ ଲଢ଼େଇ ସମ୍ପର୍କରେ ଗୋଲଡେନ ବଏ ନୀରଜଙ୍କୁ ପ୍ରଶଂସା କରିଥିଲେ। ଏଥି ସହିତ ସେ ତାଙ୍କ ପାଇଁ ଏବଂ ଦେଶ ପାଇଁ ପ୍ରେରଣା ବୋଲି ମଧ୍ୟ ସେ କହିଛନ୍ତି।

Spread the love