ଉତ୍ତର ପ୍ରଦେଶ ଗୋଣ୍ଡାର ୱାଜିରଗଞ୍ଜରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ : ଭୁଶୁଡ଼ିଲା ୨ଟି ଘର, ୭ ମୃତ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ ଗୋଣ୍ଡାରେ ଅଭାବନୀୟ ଘଟଣା । ଘରେ ସିଲିଣ୍ଡର ବିସ୍ଫୋରଣ ହେତୁ ଭୁଶୁଡି ପଡିଛି ସମଗ୍ର କୋଠା । କୁହାଯାଉଛି ଯେ କୋଠା ଭୁଶୁଡ଼ିବା କାରଣରୁ ପ୍ରାୟ ୧୪ ଜଣ ମାଟି ତଳଫସିରହିଥିଲେ । ତେବେ ଏମାନଙ୍କୁ ବହୁତ କଷ୍ଟରେ ବାହାର କରିଥିଲେ ଆଖପାଖର ଲୋକ । ତେବେ ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୭ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି । ଏହି ମାମଲା ଜିଲ୍ଲାର ୱାଜିରଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରି ଠେଠରପୁର ଗାଁରେ ଘଟିଛି ଏହି ଅଘଟଣ । ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ଦୁର୍ଘଟଣାରେ ୨ଜଣ ପୁରୁଷ, ଦୁଇ ମହିଳା ଏବଂ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ତେବେ ଭୁଶୁଡି ପଡିଥିବା ଛାତ ତଳେ ଆଉ କେହି ଫଶିରହିଥିବା ଆଶଙ୍କା କରି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ ଯେଉଁଠାରେ ଏହି ଦୁର୍ଘଟଣା ଘଟିଥିଲା ​​ସେହି ଘର ମାଲିକଙ୍କର ପାଖରେ ବାଣ ପ୍ରସ୍ତୁତ କରିବାର ଲାଇସେନ୍ସ ଥିଲା । ଏଭଳି ପରିସ୍ଥିତିରେ ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡର ବିସ୍ଫୋରଣ ବୋଲି ପୋଲିସ ଅନୁମାନ କରୁଛି ।

Spread the love