ଗ୍ୟାଙ୍ଗଷ୍ଟର ହାଇଦର ଫେରାର

  • କଟକର ସମସ୍ତ ପ୍ରବେଶ ପଥ ସିଲ୍‌

  • ଧରିବାକୁ ଆରମ୍ଭ ହେଲା ସ୍ୱତନ୍ତ୍ର ଅପରେସନ୍‌

କଟକ : ରାଜ୍ୟର ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ଭାବେ ୩ ଦଶନ୍ଧି ଧରି ପରିଗଣିତ ହେଉଥିବା କେନ୍ଦ୍ରାପଡାର ହାଇଦର ଶନିବାର କଟକ ଜିଲ୍ଲା ପୋଲିସକୁ ଚକମା ଦେଖାଇ କଟକ ବଡ ମେଡିକାଲରୁ ଚମ୍ପଟ୍ ମାରିଛି । ଏନେଇ କଟକ ଡିସିପିଙ୍କ ପକ୍ଷରୁ କୈାଣସି ସୂଚନା ମିଳିନଥିଲେ ହେଁ ହତ୍ୟା, ରାହାଜାନୀ ପ୍ରାୟ ୪୭ଟି କେସରେ ସଂପୃକ୍ତ ଥିବା ହାଇଦରକୁ ଜେଲ କର୍ତୃପକ୍ଷଙ୍କଠାରୁକିଭଳି ଭାବେ ସୁରକ୍ଷା ନିଆଯାଇ ଏସସିବିକୁ ଅଣଯାଇଥିଲା ଓ ଏନେଇ ଏସସିବିର ବଳୟ ଭିତରେ ରହିଥିବା ମଙ୍ଗଲାବାଗ ଥାନା ପୋଲିସ କିଭଳି ଆବଶ୍ୟକୀୟ ସୁରକ୍ଷା ଦେଇନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶନିବାର ମେଡିକାଲର ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ହାଇଦର ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ହାଇଦର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜା କାଟୁଥିଲା । ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଅସୁସ୍ଥ ହେବାରୁ ତାକୁ ବୁର୍ଲା ଓ ପରେ ଏସସିବି ମେଡିକାଲକୁ ଅଣାଯାଇଥିଲା । କିନ୍ତୁ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୧୨ ଦିନ ପୂର୍ବେ ତାକୁ ଏସସିବିରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ବୁର୍ଲା ମେଡିକାଲରୁ ରେଫର ହୋଇ ଏସସିବିକୁ ସେ ଆସିଥିଲା । ଏସସିବିର ସର୍ଜରୀ ୱାର୍ଡ ୫ ନମ୍ବର କ୍ୟାବିନରେ ସେ ଚିକିତ୍ସିତ ହେଉଥିଲା ।

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଲେମାନ୍ ହାଇଦର କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଫେରାର ହୋଇଯାଇଛି । ଏସସିବିର ସର୍ଜରୀ ୱାର୍ଡର ୫ ନଂ କ୍ୟାବିନ୍ ରେ ୧୨ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଶନିବାର ଅପରାହ୍ନରେ ଫେରାର୍ ହୋଇଯାଇଥିବା ଜଣାପଡିଛି । କ୍ୟାବିନ୍ ନିକଟରୁ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମଚାରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେଣୁ ହାଇଦର ସୁରକ୍ଷା କର୍ମଚାରୀଙ୍କୁ ନିଶା ଦେଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । କଟକ ଡିସିପି ପ୍ରତୀକ ସିଂହଙ୍କ କହିବା ଅନୁଯାୟୀ ହାଇଦରକୁ ଧରିବା ପାଇଁ ଅପରେସନ୍ କୁ ଜୋରଦାର କରାଯାଇଛି । ସୀମା ସିଲ୍ କରାଯାଇଛି । ପଡୋଶୀ ଜିଲ୍ଲା କେନ୍ଦ୍ରାପଡା ଓ ଯାଜପୁର ଏସପି ମାନଙ୍କୁ ଜଣାଇ ଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟାକାଣ୍ଡ ମାମଲାରେ ହାଇଦର ସଜା ଭୋଗୁଥିଲା । ବୁର୍ଲା ସର୍କଲ ଜେଲରେ ହାଇଦରକୁ ରଖାଯାଇଥିବା ବେଳେ ଅସୁସ୍ଥତା ଯୋଗୁଁ ତାକୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ୧୨ ଦିନ ତଳେ ତାକୁ କଟକ ଏସସିବି ଅଣାଯାଇଥିଲା ।

Spread the love