କରୋନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ଦେହାନ୍ତ

ଉତ୍ତରପ୍ରଦେଶ : ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ପରଲୋକ । ଗତ କିଛି ଦିନ ହେବ କରୋନା ସଂକ୍ରମିତ ହୋଇଥିଲେ ୮୬ ବର୍ଷୀୟ ଚୌଧୁରୀ ଅଜିତ ସିଂହ । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି କି, ଫୁସଫୁସରେ ସଂକ୍ରମଣ ହେତୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା ।

୨୨ ଏପ୍ରିଲରେ ସେ କରୋନା ସଂକ୍ରମିତ ହୋଇଥିଲେ । ସେବେଠାରୁ ତାଙ୍କର ଫୁସଫୁସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ପୁଅ ହେଉଛନ୍ତି ଚୌଧୁରୀ ଅଜିତ ସିଂ । ବାଗପାଟରୁ ସେ ୭ଥର ସାଂସଦ ତଥା କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ରହିଛନ୍ତି । ତାଙ୍କ ମୃତ୍ୟୁ ପରେ ବାଗପାଟ ସମେତ ପଶ୍ଚିମ ଉତ୍ତରପ୍ରଦେଶରେ ଶୋକର ଲହରୀ ଖେଳିଯାଇଛି । ବଡ ଜାଟ ନେତାଙ୍କ ମଧ୍ୟରେ ଚୈଧୁରୀ ଅଜିତ ସିଂଙ୍କର ଗଣନା ହେଉଥିଲା ।

Spread the love