କୋଭିଡ ହସ୍ପିଟାଲରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ୫ ରୋଗୀ ମୃତ

ରାୟପୁର : ଛତିଶଗଡ଼ ରାୟପୁରର ପଚପେଡି ନାକା ନିକଟରେ ଥିବା କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ରାଜଧାନୀ ସୁପରସ୍ପେସାଲିଟି ହସ୍ପିଟାଲରେ ନିଆଁ ଲାଗି ୫ ରୋଗୀଙ୍କର ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି । ମୁଖ୍ୟତଃ ଏହି ହସ୍ପିଟାଲରେ କରୋନା ରୋଗୀମାନଙ୍କୁ ମଧ୍ୟ ଭର୍ତ୍ତି କରାଯାଇଥିଲା । ପାଖାପାଖି ୫୦ ଜଣ ରୋଗୀଙ୍କ ଚିକିତ୍ସା ଏଠାରେ କୋଭିଡ୍ ଚିକିତ୍ସା ଚାଲିଥିଲା । ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଅଗ୍ନିକାଣ୍ଡ ପରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାମ କରିଥିଲେ । ଅତିରିକ୍ତ ଏସ୍‌ପି କହିଛନ୍ତି, ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅନ୍ୟ ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love