ନାଗପୁର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ : ୪ ମୃତ, ଅନେକ ଆହତ

ନାଗପୁର : ମହାରାଷ୍ଟ୍ରର ନାଗପୁରରେ ଶୁକ୍ରବାର ରାତିରେ କୋଭିଡ ହସ୍‌ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୪ ଜଣଙ୍କ ମୃତ୍ୟୁହେବା ସହ କିଛି ଲୋକ ଆହତ ହୋଇଛନ୍ତି । ଆଉ ୨ଜଣ କୋଭିଡ଼ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ୨୭ ଜଣ ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି କୋଭିଡ଼ ହସ୍ପିଟାଲର ଆସିୟୁରେ ସଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲରେ ୧୫ ଜଣ ଆସିୟୁରେ ଥିଲେ। ସେକେଣ୍ଡ ଫ୍ଲୋର୍‌ରେ ଥିବା ହସ୍ପିଟାଲ ଆସିୟୁ ସଂପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ ବିଭାଗର ୫ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଗ୍ନିକାଣ୍ଡ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସୂଚନା ଯେ, ଦ୍ୱିତୀୟ ମହଲାରେ ଥିବା ଆଇସିୟୁର ଏସି ୟୁନିଟରେ ନିଆଁ ଲାଗିଥିଲା । ଘଟଣା ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ । ଏଥିସହ ସେଠାରେ ଥିବା ଅନ୍ୟ ୨୭ ଜଣ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ହସ୍ପିଟାଲରେ ୩୦ଟି ବେଡ୍‌ ରହିଥିଲା ବେଳେ ସେଥିରୁ ୧୫ଟି ଆଇସିୟୁ ବେଡ୍‌ ରହିଥିଲା । ସେପଟେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Spread the love