କଟକ ଶିଶୁଭବନରେ ଅଗ୍ନିକାଣ୍ଡ

କଟକ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ପ୍ର୍ରତିଷ୍ଠାନ (ଶିଶୁଭବନ)ରେ ଶନିବାର ଏକ ଅଗ୍ନିକାଣ୍ଡ ଘଟିଯାଇଛି । ତେବେ ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ନିଆଁ ଲାଗିବା ମାତ୍ରେ ଏହାକୁ ଆୟତ କରାଯାଇ ପାରିଥିଲା । ଏହି ଅଗ୍ନିକାଣ୍ଡରେ ସେଭଳି କୈାଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛିା ତେବେ ଅଗ୍ନିକାଣ୍ଡ ଘଟିବାରୁ ସାମୟିକ ଭାବେ ଶିଶୁଭବନରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଥିଲା ।

କଟକ ଶିଶୁ ଭବନ ଆଇସିୟୁ ୱାର୍ଡ଼ରେ ଶନିବାର ଅପରାହ୍ନରେ ଘଟିଛି ଅଗ୍ନିକାଣ୍ଡ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି କିଛି ସମୟ ମଧ୍ୟରେ ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି । କ୍ଷୟକ୍ଷତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ସେହିପରି ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏପରି ସ୍ଥିତିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Spread the love