କ୍ରସର ନିକଟରେ ବିସ୍ଫୋରଣ : ଦୁଇ ମୃତ, ୩ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର ଏକ ଘରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି ।

ଆଜି ପୂର୍ବାହ୍ନରେ ଏକ କ୍ରସର ନିକଟରେ ଘଟିଛି ଏହି ବିସ୍ଫୋରଣ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ଗୁରୁତର ଅନ୍ୟ ୩ ଜଣ ସମ୍ପ୍ରତି ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି । ତେବେ କିପରି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ବିସ୍ଫୋରଣ ଘଟିଲା, ସଦର ଥାନା ପୋଲିସ ସେନେଇ ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଖବର ନେବାରେ ଜଣାପଡିଛି, ବିସ୍ଫୋରଣ ଘଟିଥିବା ଏହି କ୍ରସର ଠାରୁ ପଥର କୁଆଁରୀର ଦୂରତା ପ୍ରାୟ ୨ କି.ମି. । ପଥର କୁଆଁରୀରେ ପଥର ଫଟାଯିବା ପାଇଁ ଏସବୁ ବିସ୍ଫୋରକ ସାମଗ୍ରୀ ଅଣାଯାଇଥିଲା । ଏବଂ ଏହି ବିସ୍ଫୋରକ ସାମଗ୍ରୀ ଗୁଡିକ କ୍ରସର ନିକଟରେ ଥିବା ଏକ ଘରେ ରଖାଯାଇଥିଲା । କୌଣସି କାରଣରୁ ଏହା ବିସ୍ଫୋରଣ ହୋଇଥିଲା । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ମାମଲାରେ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ।

Spread the love