କାଲିଠୁ ସବୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର : ମଙ୍ଗଳବାର ଠାରୁ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ଏଥିନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଡିଇଓ , ବିଇଓ ଓ ଡିପିସି ମାନଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ମାନି ମେ ୩୧ ତାରିଖ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୭ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା କାର୍ଯ୍ୟ ହେବ । ଗୋଟିଏ ସମୟରେ ୫ ରୁ ଅଧିକ ଅଭିଭାବକ ସ୍କୁଲ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏହାସହ ନାମଲେଖା ସମ୍ପର୍କରେ ଅଭିଭାବକମାନଙ୍କୁ ସୂଚନା ଦେବା ଲାଗି ଶିକ୍ଷା ସଂଯୋଗ ହ୍ୱାଟସ୍ ଆପ୍ ଗ୍ରୁପ୍ ର ବ୍ୟବହାର କରିବାକୁ କୁହାଯାଇଛି ।

Spread the love