ଆତଙ୍କବାଦୀ ଛପିଥିବା ଆଶଙ୍କା ନେଇ କାକାପୋରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟର ଜାରି

ଶ୍ରୀନଗର : ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ନିଜର ପତିଆରା ସହ ବଡ଼ ଧରଣର ଘଟଣା ଘଟାଇବା ପାଇଁ ଯୋଜନା କରୁଛନ୍ତି । ଏନେଇ କାକାପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ନେଇ ସୁରକ୍ଷା ବାହିନୀର ଯବାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ।

ପୁଲ୍‌ଓ୍ଵାମାର ଘାଟ ମୋହଲ୍ଲା କାକାପୋରା ଅଞ୍ଚଳରେ ୨/୩ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅଭିଯାନ ଆରମ୍ଭ କରିଥିଲେ। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ବାହାର କରିବା ଲାଗି ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ବ୍ୟାପକ କରାଯାଇଛି। ଭାରତୀୟ ସେନା, ‘ସିଆର୍‌ପିଏଫ୍‌’ ଏବଂ ଜମ୍ମୁ ଓ କଶ୍ମୀର ପୋଲିସ ମିଳିତ ଭାବେ ଏହି ଅଭିଯାନ ଚଳାଇଛନ୍ତି। ସେହିପରି ରିପୋର୍ଟ ଲେଖାଯିବା ବେଳକୁ ନିରାପତ୍ତା ବଳଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି।

Spread the love