ଏମାର ମଠରୁ ମିଳିଲା ରୂପା ଇଟା

  • ମଠର ଦାୟୀତ୍ୱ ନେଲେ ମହନ୍ତ ରାମାନୁଜ ଦାସ

ପୁରୀ : ପୁରୀ ଏମାର ମଠ ଦାୟୀତ୍ୱ ନେଇଛନ୍ତି ନୂଆ ମହନ୍ତ ନାରାୟଣ ରାମାନୁଜ ଦାସ । ପୂର୍ବତନ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଏହି ଦାୟୀତ୍ୱ ହସ୍ତାନ୍ତର ନକରିବାକୁ ନେଇ ବିବାଦ ରହିଥିଲା । ତେବେ ପୋଲିସ ଉପସ୍ଥିତିରେ ଦାୟୀତ୍ୱ ଗ୍ରହଣ କରିଛନ୍ତି ନୂଆ ମହନ୍ତ । ଏଥି ସହିତ ମଠରେ ରହିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତି ତାଲିକା ପ୍ରସ୍ତୁତ କରାଯାଉଛି । ଦୋବୋତର ବିଭାଗ ଇନ୍ସପେକ୍ଟର, ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଏସବୁର ତାଲିକା ପ୍ରସ୍ତୁତି ଚାଲିଛି । ଶୁକ୍ରବାର ୫ କେଜିରୁ ୭ କେଜି ଓଜନର ରୂପାର ତାରକସି କାମ ହୋଇଥିବା ଗଛଲତା, ରୂପା ଅଳଙ୍କାର ଓ ୨୦ ଟି ଖଣ୍ଡା ମିଳିଛି । ସିନ୍ଧୁକର ତାଲା ଭଙ୍ଗାଯିବା ପରେ ଏସବୁ ଅଳଙ୍କାର ଓ ଅସ୍ତ୍ର ମିଳିଛି । ଶନିବାର ମଧ୍ୟ ଅନ୍ୟ କୋଠରୀ ଗୁଡିକରେ ରହିଥିବା ସରଞ୍ଜାମ ଗୁଡିକର ତାଲିକା ପ୍ରସ୍ତୁତ କରାଯାଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ଫୋର୍ସ ମୂତୟନ ରହିଛନ୍ତି ।

ପୁରୀର ବହୁ ଚର୍ଚ୍ଚିତ ଏମାର ମଠ ପ୍ରସଙ୍ଗ ସଦାବେଳେ ଚର୍ଚ୍ଚାରେ ରହିଆସିଛି । ୨୦୧୧ ମସିହାରେ ମଠରୁ ୫୨୨ଖଣ୍ଡ ପ୍ରାୟ ୧୮ଟନ୍ ଓଜନର ରୂପା ଇଟା ଉଦ୍ଧାର କରାଯାଇଥିଲା । ମଠର ପୂର୍ବତନ ମହନ୍ତ ଗୋପାଳ ରାମାନୂଜ ଦାସ ମଠ ଭଙ୍ଗା ସମୟରେ ଓ ବର୍ତମାନ ସୁଦ୍ଧା ମଠ ଛାଡିବାକୁ ରାଜି ହେଉନାହାଁନ୍ତି । ଶୁକ୍ରବାର ଠାରୁ ମାଜିଷ୍ଟ୍ରେଟ, ୨ପ୍ଲାଟୁନ୍ ପୁଲିସ ଫୋର୍ସ, ଏଣ୍ଡାଓମେ ଇନ୍ସପେକ୍ଟର ଓ ମଠର ନୂତନ ମହନ୍ତ ମଠର ସମ୍ପତି ତାଲିକା କରୁଛନ୍ତି । ମଠ ଭିତରେ ପୁଲିସ କବାଟ ଓ ସିନ୍ଧୁକ ଭାଙ୍ଗି ୪ନମ୍ବର କୋଠରୀରୁ ୪୭ଖଣ୍ଡ ରୂପା ଇଟା ଉଦ୍ଧାର କରିଛନ୍ତି । ପ୍ରତି ରୂପା ଇଟାର ଓଜନ ୩୨ରୁ ୩୫ କିଲୋ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ପ୍ରଥମେ ୮ଖଣ୍ଡ, ପରେ ୩୭ଖଣ୍ଡ ଓ ଶେଷରେ ୨ଖଣ୍ଡ ରୂପା ଇଟା ଉଦ୍ଧାର କରାଯାଇଥିଲା । ଏଠାରେ ସ୍ମରଣ ଯୋଗ୍ୟଯେ ୨୦୧୦ ମସିହାରେ ୪୭ଖଣ୍ଡ ରୂପା ଇଟା ପୂର୍ବତନ ମହନ୍ତଙ୍କ ଜିମାରେ ଦିଆଯାଇଥିଲା । ଗତକାଲି ଓ ଆଜି ମଠର ବିଭିନ୍ନ କୋଠରୀରୁ ମୂଲ୍ୟବାନ ରୂପା ଅଳଙ୍କାର, ରୂପାରେ ଗଛଲତା ଓ ସିନ୍ଧୁକ ଠାବ କରାଯାଇଛି । ମଠର ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟାୟନ କରାଯାଉଛି । ୨୦୧୮ ମସିହାରେ ଏମାର ମଠ ଭଙ୍ଗା ସମୟରେ ରହସ୍ୟମୟ ସୁଡଙ୍ଗ ଠାବ କରାଯାଇ ଥିଲା । ମଠର ପୂର୍ବତନ ମହନ୍ତ କାହିଁକି ମଠ ଛାଡୁ ନାହାଁନ୍ତି, ମଠ ଭଙ୍ଗା ସମୟରେ କେ ନରରେ ରହିଲେ ସୁଦ୍ଧା ମଠ ଗାଦିକୁ ଛାଡି ଦେଇନଥିଲେ । ମୂଲ୍ୟବାନ ସମ୍ପତି ରହିଥିବାରୁ ମହନ୍ତ ଜଗି ରହିଥିଲେ । ଗୋଟିଏ କୋଠରୀରୁ ୨୦ଟି ଖଣ୍ଡା ଉଦ୍ଧାର କରାଯାଇଛି । ୨ପ୍ଳାଟୁନ୍ ପୁଲିସ ଫୋର୍ସ ମଠ ଚାରିପଟ ଜଗି ରହିଛନ୍ତି । ପୂର୍ବତନ ମଠ ମହନ୍ତ କୌଣସି ସୂଚନା ଦେଉନଥିବା ବେଳେ ତାଙ୍କ ଆଇନଜୀବି ନୂଅ ମହନ୍ତ ଘୋଷଣା ପ୍ରକ୍ରିୟା ଠିକ୍ ହୋଇନାହିଁ ବୋଲି ମତ ଦେଇଥିଲେ । ରବିବାର ପୁଣି ମଠ ଅନୁସନ୍ଧାନ କଲେ ଆହୁରି ମୂଲ୍ୟବାନ ସମ୍ପତି ମଳିବାରେ ଆଶଙ୍କା ରହିଛି ବୋଲି ସ୍ଥାନୀୟ ଅ ଳରେ ଚର୍ଚ୍ଚା ହେଉଛି ।

Spread the love