ଏହି 4ଟି କାରଣରୁ ଯେତେ ଟଙ୍କା ଥିଲେବି ଧନୀ ହୋଇ ପାରିବେନି ଆପଣ |

ଆଜି ଏହି ମାନବ ସମାଜରେ କାହିଁକି ଏତେ ଦୁଃଖ କଷ୍ଟ ଭାରି ଯାଇଛି ଆପଣ ଜାଣନ୍ତି କି ? ଆସନ୍ତୁ ଜାଣିବା କେଉଁ କାରଣରୁ କିଛି ପୁରୁଷ ମାନେ ଯେତେ ଟଙ୍କା ରୋଜଗାର କଲେବି ଜୀବନରେ ଧନୀ ହୋଇପାରନ୍ତି ନାହିଁ |
ମହାନ ଋଷି ଶୁକ୍ରାଚାର୍ଜ୍ୟ ନିଜ ନୀତିବାଣୀରେ ଏହି ୪ଟି ପୁରୁଷଙ୍କ ବିଷୟରେ କହିଛନ୍ତି ଯେଉଁମାନେ ନିଜ ଜୀବନରେ ଯେତେ ଚେଷ୍ଟା କରିଲେ ବି ସଫଳତା ପାଇପାରନ୍ତି ନାହି । ନିଜ ଜୀବନରେ ଦରିଦ୍ରତା ଓ ନିରାଶାର ସାମନା କରିଥାନ୍ତି । ନିଜ କାମରେ ଜାନ ଲଗେଇଦେଲେ ବି ସେମାନେ କେବେ ବି ସଫଳ ହୁଅନ୍ତି ନାହି । ଆଉ କିଛି ଲୋକ କମ ଚେଷ୍ଟା କରି ମଧ୍ୟ ସଫଳ ହୋଇଥାନ୍ତି । ସେମାନେ ନିଜର ତେଜ ଭାଗ୍ୟ ପାଇଁ ସଫଳ ହୋଇଛନ୍ତି ବୋଲି ମାନି ନେଇଥାନ୍ତି ।

ଶୁକ୍ରାଚାର୍ଜ୍ୟଙ୍କ ମତରେ ମନୁଷ୍ୟକୁ ତାର ଉଦେଶ୍ୟ ହିଁ ସଫଳତା ଦେଇଥାଏ । ଯେଉଁ ଲୋକମାନେ ସ୍ତ୍ରୀଙ୍କର ସମାନ କରି ନଥାନ୍ତି ଓ ତାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି ସେମାନେ ଦରିଦ୍ରତାର ସମୁଖିନ୍ନ ହୋଇଥାନ୍ତି । ମଣିଷ ନିଜ କର୍ମ ବଳରେ ନିଜ ଭାଗ୍ୟ ନିର୍ଦ୍ଧାରିତ କରିଥାଏ । ଏହି ବିବରଣୀରେ ଶୁକ୍ରାଚାର୍ଜ୍ୟ ଏମିତି କିଛି ନିୟମ କହିଛନ୍ତି ଯେଉଁଥିରେ ବ୍ୟକ୍ତି ଯେତେ ଚେଷ୍ଟା କରିଲେ ବି ଜୀବନରେ ସଫଳ ହୋଇନ ଥାଏ ।

ପ୍ରଥମ ନୀତିବାଣୀ : ଶୁକ୍ରାଚାର୍ଜ୍ୟଙ୍କ ମତରେ ଯେଉଁ ମଣିଷ ଅନ୍ୟକୁ ଦେଖାଇବା ପାଇଁ କାମ କରିଥାନ୍ତି ସେମାନେ କେବେ ବି ନିଜ ଜୀବନରେ ସଫଳ ହୋଇନଥାନ୍ତି । ଯେଉଁ ବ୍ୟକ୍ତି ଅନ୍ୟକୁ ନିଚା ଦେଖାଇବା ଓ ନିଜକୁ ମହାନ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାଏ ସେମାନେ ସଫଳ ହୋଇ ନଥାନ୍ତି । ଯେଉଁ ବ୍ୟକ୍ତି ପଇସା ରୋଜଗାର କରି ଓ ଅନ୍ୟକୁ ତାର ସ୍ଥାନ ଦେଖାଇବାକୁ ଚେଷ୍ଟା କରିଥାଏ ସେ ତା ଜୀବନରେ ଦୁଖର ଓ ନିରାଶାର ସାମନା କରିଥାଏ । ସେଥିପାଇଁ ଅନ୍ୟକୁ ନିଚା ନ ଦେଖାଇ ଅନ୍ୟର କଲ୍ୟାଣ ପାଇଁ କାମ କରିଲେ ଜୀବନରେ ସଫଳତା ପାଇପାରିବେ ।


ଦିତୀୟ ନୀତିବାଣୀ : ଏହି ନୀତିବାଣୀରେ ଯେଉଁମାନେ ପ୍ରତିଶୋଧ ନିଆଁରେ ଜଳିଥାନ୍ତି ସେମାନେ ନିଜ କାର୍ଯ୍ୟରେ କେବେ ବି ସଫଳତା ହୋଇ ନଥାନ୍ତି । ବିଦ୍ଵାନ ଲୋକମାନେ କେବେ ବି ଅନ୍ୟଠାରୁ ପ୍ରତିଶୋଧ ନେବାକୁ ଭାବି ନ ଥାନ୍ତି । ସେମାନେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି । ଯେଉଁମାନେ ଅନ୍ୟ ଉପରେ ଚିତ୍କାର କରିଥାନ୍ତି ସେମାନେ ନିଜ ଜୀବନରେ ଉନ୍ନତି କରିପାରି ନଥାନ୍ତି ।

 

ତୃତୀୟ ନୀତିବାଣୀ : ଯେଉଁ ମଣିଷ ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିଥାଏ ସେ ତା ଜୀବନରେ ନଷ୍ଟ ହୋଇଯାଏ । ବଡ ବଡ ରାଜା ମହାରାଜା

 

ମାନେ ସ୍ତ୍ରୀଙ୍କୁ ପାଇବା ପାଇଁ ନିଜ ରାଜ୍ୟ ସହ ମାନ ସମାନ ହରାଇ ବସିଥିଲେ । ତେଣୁ କୋଣସି ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିବା ନିଜର ମୂର୍ଖତାର ପରିଚୟ ଅଟେ । ଏହିଭଳି ଲୋକମାନେ ନିଜ ଜୀବନରେ ଦୁଖ ଭୋଗ କରିଥାନ୍ତି ।

ଚତୁର୍ଥ ନୀତିବାଣୀ : ଯେଉ ଲୋକମାନେ ପଇସା ପଛରେ ନିଜର ସବୁ ସମୟ ଲଗାଇଥାନ୍ତି ସେମାନେ ନିଜ ଜୀବନରେ ସଫଳ ହୋଇ ନଥାନ୍ତି । ବ୍ୟକ୍ତିକୁ ନିଜ ଚେଷ୍ଟା ମାଧ୍ୟମରେ ଓ ଅନ୍ୟର କଲ୍ୟାଣରେ ସମୟ ବାହାର କରିବା ଉଚିତ । ସେହି କାମଟି ଶ୍ରେଷ୍ଠ ହୋଇଥାଏ । କିନ୍ତୁ ଯେଉଁମାନେ ଅନ୍ୟକୁ ଲୁଟି ପଇସା ରୋଜଗାର କରିବାର ଶୈଳୀକୁ ଆପଣେଇଥାନ୍ତି ସେମାନେ ନିଜ ଜୀବନରେ ସଫଳତା ପାଇପାରିନଥାନ୍ତି ।

ଦର୍ଶକବନ୍ଧୁ ଯଦି ଆପଣମାନଙ୍କୁ ଶୁକ୍ରାଚାର୍ଯ୍ୟଙ୍କର ଏହି ନୀତିବାଣୀଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Spread the love