ଆସାମରେ ସୌତିନପୁରରେ ଭୟାବହ ଭୂକମ୍ପ

ଗୁଆହାଟି : ଆସାମର ସୌତିନପୁରରେ ବଡ ଧରଣର ଭୂକମ୍ପ । ରେକ୍ଟର ସ୍କେଲରେ ତୀବ୍ରତା ୬.୪ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୭.୫୧ ଭୟଙ୍କର ଶବ୍ଦରେ ଥରିଉଠିଥିଲା ମାଟି । ପ୍ରାୟ ୨ମିନିଟ ଧରି ଲାଗିରହିଥିଲା ଏହାର ତୀବ୍ରତା । ଭୂକମ୍ପର ଝଟକା ଅନୁଭୂତ କରିଥିଲେ ସେଠାକାର ଲୋକେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲ, କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି ହୋଇଛି ସେସବୁ ଆକଳନ କରୁଛନ୍ତି । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କାହାରି କିଛି ଅସୁବିଧା ନହେବ ସେସବୁର ବ୍ୟବସ୍ଥା କରାଯାଉଛି ।

ଆସାମର ସୋନିତପୁର ଅନ୍ତର୍ଗତ ଢେକିଆଜୁଲି ନିକଟରେ ଭୂଗର୍ଭର ୧୦ କିଲୋମିଟର ନିମ୍ନରେ ଏହି ଭୂକମ୍ପର ଉତ୍ପତ୍ତି ସ୍ଥଳ ବୋଲି ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିିଓସାଇନ୍ସେସ (ଜିଏଫଜେଡ) ପକ୍ଷରୁ କୁହାଯାଇଛି। ୟୁରୋପିଆନ-ମେଡିଟେରାନିଆନ ସିସମୋଲୋଜିକାଲ ସେଣ୍ଟର (ଇଏମଏସସି) ପକ୍ଷରୁ ଏହି ଭୂକମ୍ପର ମାତ୍ରା ୬.୨ ଥିବା କୁହାଯାଇଛି। ଏହାର ପ୍ରଭାବରେ ଆସାମର ଅଧିକାଂଶ ଅଞ୍ଚଳ ଥରି ଉଠିଥିଲା। ଏପରିକି ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ, ବାଂଲାଦେଶରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଭୂକମ୍ପ ଅନୁଭୂତ ହେବା ସମୟରେ କୋଠାବାଡି ଥରି ଉଠିଥିଲା। ଜନସାଧାରଣ ଜୀବନ ବିକଳରେ ଘରୁ ବାହାରୁ ଦୋୖଡିବାରେ ଲାଗିଥିଲେ। କେତେକ ସ୍ଥାନରେ କୋଠାଗୁଡିକରେ ପାଠ ସୃଷ୍ଟି ହୋଇଥିବା, ସିଲିଂରୁ ସିମେଣ୍ଟ ପଲସ୍ତରା ଖସିଥିବା ପ୍ରାଥମିକ ସୂଚନା ମିଳିଛି। ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ଏଯାଏ ହସ୍ତଗତ ହୋଇନାହିଁ।

Spread the love