ନେପାଳର ପୋଖରାରେ ଭୂକମ୍ପର କମ୍ପନ ଅନୁଭୂତ

କାଠମାଣ୍ଡୁ : ନେପାଳରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲବୁଲରେ ଅବସ୍ଥିତ ବୋଲି ଜଣାପଡିଛି । କେନ୍ଦ୍ର ସ୍ଥଳର ତୀବ୍ରତା ୫:୪୨ ଏନପିଟି ରେକର୍ଡ କରାଯାଇଛି । ଏହା ୫.୮ ମ୍ୟାଗ୍ନିଚ୍ୟୁଡରେ ରେକର୍ଡ କରାଯାଇଛି ବୋଲି ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଭୂକମ୍ପ ବିଶେଷଜ୍ଞ ଡ. ଲୋକ ବିଜୟ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ନେପାଳର ପୋଖରାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ଭୋର ୫.୪୨ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲବୁଲରେ ଅବସ୍ଥିତ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୂକମ୍ପରେ କୌଣସି କ୍ଷୟକ୍ଷିତ ହୋଇନଥିବା କିମ୍ବା ଧନ ଜୀବନ ନଷ୍ଟ ହେବାର ଖବର ନାହିଁ । ନେପାଳରେ ଭୂକମ୍ପର କମ୍ପନ ସୀମା ନିକଟ ସଟେ ବିହାରରେ ମଧ୍ୟ ଅନୁଭୂତ ହୋଇଛି । ବିହାରର ସୀମାନ୍ତ ଅଞ୍ଚଳରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଏପ୍ରିଲ୍ ୨୮ରେ କାଠମାଣ୍ଡୁ ଉପତ୍ୟକାରେ ରିକ୍ଟର ସ୍କେଲରେ ୫.୨ ତ୍ରୀବ୍ରତାରେ ଏକ ଭୂକମ୍ପ ଅନୂଭୂତ ହୋଇଥିଲା।

Spread the love