ଭୟଭୀତ ହୋଇ ଅଧିକ କିଣାକିଣି କରନ୍ତୁ ନାହିଁ : ଉନ୍ନୟନ କମିଶନର

ଭୁବନେଶ୍ୱର : ବୁଧବାର ଠାରୁ ଲକ୍ ଡାଉନ୍ ଆରମ୍ଭ ହେଉଥିବାରୁ ଭୟଭୀତ ହୋଇ ଅଧିକ କିଣାକିଣି ନକରିବା ଏବଂ ଦୋକାନ ସମ୍ମୁଖରେ ଅଯଥା ଭିଡ ନଜମାଇବାକୁ ନିବେଦନ କରିଛନ୍ତି ଉନ୍ନୟନ କମିଶନର୍ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।

ସେ କହିଛନ୍ତି ଯେ ଲକ୍ ଡାଉନ୍ ସମୟରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଗ୍ରୋସରୀ, ମାଛ, ଖାଦ୍ୟ, ଦୈନିକ ରାସନ ଦୋକାନ ଏବଂ ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ଖୋଲା ରହିବ ବୋଲି ସରକାର ନିଷ୍ପତି ନେଇଛନ୍ତି । ଏଗୁଡିକ କେବଳ ଶନିବାର ଏବଂ ରବିବାର ଦିନ ସପ୍ତାହାନ୍ତ ସଟ୍ ଡାଉନ୍ ସମୟରେ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ଅଛି । ଖାଦ୍ୟ ସାମଗ୍ରୀ ଏବଂ ସାମଗ୍ରୀ ପରିବହନ ମଧ୍ୟ ଜାରି ରହିଛି । ଅଧିକ କିଣିବାର କୌଣସି ଆବଶ୍ୟକତା ନାହିଁ । ଭିଡକୁ ଯିବା ଦ୍ୱାରା ଆପଣ ଏବଂ ଶେଷରେ ଆପଣଙ୍କ ପରିବାର ସଂକ୍ରମିତ ହୋଇପାରନ୍ତି । ତେଣୁ ଏସବୁରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ଉନ୍ନୟନ କମିଶନର ।

Spread the love