ସପ୍ତାହନ୍ତ ସଟଡାଉନ ଯୋଗୁ ୩ଟି ଜିଲ୍ଲାରେ ଟିକାକରଣ ବନ୍ଦ : ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଥିବା ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେ ଛତିଶଗଡକୁ ଲାଗିଥିବା ୧୦ଟି ଜିଲ୍ଲାର ସହରାଂଚଳରେ ହୋଇଥିବା ସପ୍ତାହନ୍ତ ସଟଡାଉନ ଯୋଗୁ ସେଠାରେ ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି, ତାହା ଦ୍ୱାରା୨ରୁ ୩ ଦିନ ଟିକାକରଣ ହୋଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ୩.୬ ଲକ୍ଷ କୋଭିସିଲିଡ ଟିକା ଓ ୨,୩ ଲକ୍ଷ କୋଭାକ୍ସିନ ଟିକା ରହିଛି । ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଥିବା ସେ କହିଛନ୍ତି । ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି ।

Spread the love