ରୁଟିନ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର

ମୁମ୍ୱାଇ : ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର ଚିକିତ୍ସା ପାଇଁ ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପତ୍ନୀ ସାୟରା ବାନୁୁ କହିଲେ ରୁଟିନ ଚେକଅପ୍ ପାଇଁ ସେ ଆସିଛନ୍ତି । ଏହାସହ ସେ କହିଛନ୍ତି ଇଶ୍ୱରଙ୍କ କୃପାରୁ ଆମେ ଖୁବଶୀଘ୍ର ଘରକୁ ଫେରିଆସିବୁ । ସେ କହିଛନ୍ତି ଆମେ ବର୍ତ୍ତମାନ ଏକ ନନ କୋଭିଡ ହସ୍ପିଟାଲରେ ଅଛୁ । ଯେଉଁଭଳି ମହାମାରୀ ବ୍ୟାପୁଛି ସେ ପରିସ୍ଥିତିରେ ଏଠାରେ ରହିବା ବିପଦ ଜନକ ।

ଯଦି ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସେ ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଏଠାରୁ ଯଥାଶୀଘ୍ର ପଳାଇବୁ । ସୂଚନା ଥାଉକି ୯୮ ବର୍ଷୀୟ ଏହି ଭେଟେରାନ୍ ଅଭିନେତା ଚଳିତ ବର୍ଷ କରୋନା ପାଇଁ ନିଜର ଜନ୍ମଦିନ ପାଳନ କରିନଥିଲେ । ଏହାସହ ୨୦୨୦ ବର୍ଷ ତାଙ୍କ ପାଇଁ ବେଶ୍ ଦୁଃଖଦ ବର୍ଷ ଥିଲା । କାରଣ ସେ ତାଙ୍କର ୨ ଭାଇଙ୍କୁ ହରାଇଛନ୍ତି ।

Spread the love