କରୋନାରେ ଆକ୍ରାନ୍ତ ହେଲେ ଧର୍ମେଶ୍ ୟେଲାନ୍ଦେ

ମୁମ୍ୱାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଦିଓ୍ୱାନେରେ ବ୍ୟାପିଛି କରୋନା । ଗତ କିଛିଦିନ ପୂର୍ବେ ଟିମର ୧୮ କ୍ରୁ ମେମ୍ୱର ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣି ଜଜମାନଙ୍କୁ ଡରାଇଛି ଭାଇରସ । ୩ ଜଜଙ୍କ ମଧ୍ୟରୁ ଧର୍ମେଶ୍ ୟେଲାନ୍ଦେ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ପ୍ରସାରଣ ହେବାକୁ ଥିବା ଏପିସୋଡର ସୁଟିଂରେ ଉପସ୍ଥିତ ନଥିଲେ ଧର୍ମେଶ୍ । ତେବେ ଏହାର କାରଣ ସ୍ପଷ୍ଟ କରାଯାଇନି । କିନ୍ତୁ କୋଭିଡ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ପୂରା ସେଟକୁ କେମିକାଲରେ ବିଶୋଧନ କରାଯାଇଛି । ଏହି ସୋର ଜଜ ଅଛନ୍ତି ଡ୍ୟାନ୍ସିଂ ଦିଭା ମାଧୁରୀ ଦୀକ୍ଷିତ, କୋରିୟଗ୍ରାଫର ତୁଷାର କାଲିଆ ଓ ଧର୍ମେଶ ୟେଲେନ୍ଦ । ପୂର୍ବରୁ ୧୮ କ୍ରୁ ମେମ୍ୱର କୋଭିଡର ଶୀକାର ହୋଇଥିବାରୁ ଅନ୍ୟମାନଙ୍କର ଟେଷ୍ଟ କରାଯାଉଛି । ସେପଟେ ସୋନିରେ ପ୍ରସାରିତ ଇଣ୍ଡିଆନ ଆଇଡଲ ହୋଷ୍ଟ ତଥା ସିଙ୍ଗର ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି ।

ସୂଚନା ଯେ, ଧୀରେ ଧୀରେ ବଲିଉଡକୁ ଗ୍ରାସ କରିବାରେ ଲାଗିଛି ମହାମାରୀ କରୋନା । ଗୋଟିଏ ପରେ ଗୋଟିଏ ଅଭିନେତା, ଅଭିନେତ୍ରୀ କରୋନା କାୟାରେ କବଳିତ ହେଉଛନ୍ତି । ତେବେ ଛୋଟ ପରଦାରେ ପ୍ରସାରିତ ସବୁ ରିୟଲିଟି ସୋ ଏବେ ଭୂତାଣୁ କବଳରେ ।

Spread the love