ଆଜି ଆକାଶମାର୍ଗରୁ ବାଲେଶ୍ୱର ବାତ୍ୟାଞ୍ଚଳ ପରିବର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ଆକାଶମାର୍ଗରୁ ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲାର ୟାସ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ସିମୁଳିଆ, ସୋର, ବାହାନଗା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ । ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ଦିନ ୧୦ ଟାରେ ତ୍ରିକୋଣିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାରିଗୋଛିଆ, ସାରଥା ଗ୍ରାମପଞ୍ଚାୟତର ମୁହାଣ ତଥା ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବାତ୍ୟା ପ୍ରଭାବିତଙ୍କ ସହ କଥା ହେବେ ଓ ସମସ୍ୟା ବୁଝିବେ ।

ସୂଚନା ଯେ, ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଜଗତସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।

Spread the love