‘ଭିରାଫିନ୍‌’ ଔଷଧକୁ ଅନୁମତି ଦେଲେ ଡିଜସିଏ କର୍ତୃପକ୍ଷ

ନୂଆଦିଲ୍ଲୀ : କ୍ରମାଗତ ଦୁଇଦିନ ଧରି ଦେଶରେ ରେକର୍ଡ ଭାଙ୍ଗୁଥିବା ଦୈନିକ ଶଙ୍କ୍ରମଣ ଏବେ ଲୋକଙ୍କ ମ୍ୟଧରେ ଭୟର ବାତାବରଣ ସୃଷ୍ଟି କରୁଥିବା ବେଳେ ସାମାନ୍ୟ ଆଶ୍ୱସ୍ତି କଲାଭଳି ସୂଚନା ହସ୍ତଗତ ହୋଇଛି । କରୋନାକୁ ମୁକାବିଲା କରିବାପାଇଁ ଜାଇଡସ କାଡିଲା ଫାର୍ମାକମ୍ପାନୀ ଦ୍ୱାରା ନିର୍ମିତ ‘ଭିରାଫିନ୍‌’ ଇଂଜେକ୍ସନକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ) । ସିମିତ ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଅନୁମତି ମିଳିଛି । ଜାଇଡସ କାଡ଼ିଲା ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି କି ମଧ୍ୟମ ଧରଣର କରୋନା ରୋଗୀଙ୍କ ଚିକିତ୍ସାପାଇଁ ଏହି ଆଂଟିଭାଇରାଲ ଔଷଧ ୯୫ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏହା ସିଙ୍ଗିଲ୍ ଡୋଜର ଆଂଟିଭାଇରାଲ ଇଂଜେକ୍ସନ୍ ଅଟେ । ପ୍ରଥମରୁ କରୋନା ରୋଗୀ ମନୁଷ୍ୟ ଶରୀରେ ଚିହ୍ନଟ ହେବାମାତେ ଏହି ଇଂଜେକ୍ସନ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଆଗଲେ ରୋଗୀ ସୁସ୍ଥ ହୋଇପାରିବ । ଏହା ସହିତ ଭୂତାଣୁ ବିରୋଧରେ ଲଢିବାପାଇଁ ରୋଗୀଙ୍କୁ ଶକ୍ତି ଦେଇଥାଏ । ଅମ୍ଳଜାନର ଆବଶ୍ୟକତାକୁ ମଧ୍ୟ କମାଇଥାଏ । ଔଷଧ ବ୍ୟବହାରର ୭ଦିନ ମଧ୍ୟରେ ୯୫ପ୍ରତିଶତ ରୋଗୀଙ୍କ ଆର୍‌ଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସବୁଠୁ ବଡକଥା ହେଲା ବିଶେଷଜ୍ଞମାନଙ୍କ ପରାମର୍ଶ ପରେ ହିଁ ଭିରାଫିନ୍ ଅନୁମତି ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ଏହି ଇଂଜେକ୍ସନ ହେପାଟାଇଟିସ୍ ବି ଓ ସି ରୋଗରେ ଆକ୍ରାନ୍ତ ମାନଙ୍କୁ ଦିଆଯାଇଥାଏ । ତେବେ କରୋନା ଚିକିତ୍ସାର ଏହାର ପ୍ରଭାବ ନେଇ ତୃତୀୟ ପର୍ଯ୍ୟାୟେ କ୍ଲିନିକାଲ୍ ଟ୍ରାଏଲ କରାଯାଇଛି । ଭାରତରେ ୨୫ଟି କେନ୍ଦ୍ରରେ ପ୍ରାୟ ୨୫୦ଜଣ ରୋଗୀଙ୍କ ଠାରେ ଏହାର ପ୍ରୟୋଗ କରାଯାଇଥିଲା । ଏହାର ଫଳ ସକାରାତ୍ମକ ରହିଛି ବୋଲି ଦାବି କରିଛି ଭିରାଫିନ୍‌ର ନିର୍ମାତା ଜାଇରସ୍ କାଡିଲା କମ୍ପାନୀ ।

Spread the love