ରାତି ୮ରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

ପୁରୀ : ରାଜ୍ୟର ୨୦ଟି ସହରରେ ଆଜିଠାରୁ ନାଇଟ କର୍ଫ୍ୟୁ ଜାରି ହୋଇଛି । ସେଥିମଧ୍ୟରୁ ପୁରୀ ସହରରେ ମଧ୍ୟ ଏହି କର୍ଫ୍ୟୁ ରାତି ୯ଟାରୁ ତାପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିଥିଲା । ରାତି ୮ଟାରୁ ପୋଲିସ ଭ୍ୟାନ ଓ ପିସିଆର ବଡ଼ଦାଣ୍ଡରେ ପଇଁତରା ମାରିବା ଦେଖିବାକୁ ମିଳିଥିଲା । ପୋଲିସ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ତରୁନ୍ତ ଘରକୁ ଯିବା ପାଇଁ ପ୍ରଚାର କରୁଥିଲେ । ରାତିରେ ମେଳା, ମହୋତ୍ସବ ଆଦି ବନ୍ଦ ରହିଛି । କୋଭିଡ଼ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ପୋଲିସ ପ୍ରସାଶନ ପାଳନ କରିଛି । ସେହିପରି ରାତି ୯ଟାରୁ କର୍ଫ୍ୟୁ ଜାରି ହୋଇଥିବାରୁ ସଂନ୍ଧ୍ୟା ୮ଟାରୁ ଭକ୍ତମାନଙ୍କ ପ୍ରବେଶ ସିଂହଦ୍ୱାର ଠାରୁ ବାରଣ କରାଯାଇଛି । ଏହା ସହ ମନ୍ଦିର ଭିତରେ ରହିଥିବା ଭକ୍ତମାନଙ୍କୁ ତୁରନ୍ତ ମନ୍ଦିର ଛାଡ଼ିବା ପାଇଁ ଜେଟିପି ସୁଚନା ଦେଉଛନ୍ତି । ଆସନ୍ତା ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିବ ।

Spread the love