ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁରୀ ଜିଲ୍ଲା ପୋଲିସ

ପୁରୀ: ଆଗକୁ ଆସୁଛି ମହାପ୍ରଭୁ ଶୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପୋଲିସ । ପୁରୀ ଜିଲ୍ଲାକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ, ସୁରକ୍ଷା ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ୫୩୦ ଜଣ ହୋମଗାର୍ଡ, ଏଏସଆଇ ଓ ଏସଆଇ ରାଙ୍କର ୧୬୦ ଜଣ, ୪୪ ଜଣ ଇନ୍ସପେକ୍ଟର, ୨୦ ଜଣ ଡିଏସପି ଓ ୬ ଜଣ ଅତିରିକ୍ତ ଏସପି ରାଙ୍କର ଅଧିକାରୀ ମୁତୟନ ହେବେ ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀର ୫ଟି ପ୍ରମୁଖ ପ୍ରବେଶ ପଥରେ ପୋଲିସ ମୁତୟନ ହେବା ସହ ୧୨ଟି ସିସିଟିଭି ଦ୍ବାରା ଅନୁଧ୍ୟାନ କରାଯିବ । ସେହିପରି ବିନା ଅନୁମତିପ୍ରାପ୍ତ କୌଣସି ବି ଲୋକଙ୍କୁ ବଡଦାଣ୍ଡ ଯିବାକୁ ବାରଣ କରାଯାଇଛି । ବଡଦାଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ତିନି ପ୍ରକାର କର୍ଡନ କରାଯାଇଛି । ଏନେଇ ଆଜି ପୁରୀ ଏସପିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

Spread the love