ହାସ୍ୟ ଅଭିନେତା ଜଗା ରାଉତଙ୍କ କରୋନାରେ ମୃତ

ଭୁବନେଶ୍ୱର : କରୋନାରେ ପ୍ରାଣ ହରାଇଲେ ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ ଅଭିନେତା ଜଗା ରାଉତ। ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ(ନିଳାଞ୍ଚଳ)ରେ ୮୪ ବର୍ଷ ବୟସରେ ଆଜି ସକାଳ ୯:୩୦ ରେ ପରଲୋକ।ତାଙ୍କୁ ପ୍ରଥମେ ୨୨ ତାରିଖରେ ପୁରୀ କଲରା ହସ୍ପିଟାଲ ଓ ପରେ ୨୫ ତାରିଖ ଦିନ ଭୁବନେଶ୍ୱର ନିଆ ଯାଇଥିଲା। ଜଗାଙ୍କ ପୈତୃକ ଘର ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳ ର କାଳିଆ ପଦା ଗାଁରେ ଉତ୍ତରାୟଣୀ ଅପେରାରୁ ନିଜର ଅଭିନୟ କ୍ୟାରୀୟର ଆରମ୍ଭ କରିଥିବା ଜଗା ଶେଷରେ କଳିଙ୍ଗ ଗଣନାଟ୍ୟରେ ନିଜର ଅଭିନୟ ଜାରୀ ରଖିଥିଲେ।କେବଳ ଉତ୍ତରାୟଣୀ ଅପେରାରେ ୪୦ବର୍ଷରୁ ଉର୍ଦ୍ଧ୍ବ ଦିନ ରହିଥିବା ବେଳେ ଯାତ୍ରା ଜଗତରେ ରେ ମୋଟ ୬୬ବର୍ଷ ଧରି ଅଭିନୟ କରିଥିଲେ। କୋଣାର୍କ ଗଣନାଟ୍ୟ ରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇ ଥିବା ବେଳେ ଯାତ୍ରାରେ ତାଙ୍କୁ ପିତାମହ ଭୀଷ୍ମ ବୋଲି କୁହା ଯାଉଥିଲା।

Spread the love