ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର : ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ପୌରାଂଚଳ କମିଟି ଗଠନ କରାଯାଇଛି ଏବଂରାଜ୍ୟ ସଂଯୋଜକ ଭାବେ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କମିଟିରେ ୧୭ ଜଣ ସଦସ୍ୟ ଅଛନ୍ତି ।

ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ସଂଯୋଜକ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା , ରାଇରଙ୍ଗପୁର ; ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା; ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ, ସମ୍ବଲପୁର ; ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ପୁରୀ; ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଏବଂ ବିନୋଦ ଦାସଙ୍କୁ କଟକ ସହର; ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ୱର ଓ ଭଦ୍ରକ; ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ କଟକ ସଦର; ପୂର୍ବତନ ନଗରପାଳ ନିହାର ରାୟଙ୍କୁ ପାନପୋଷ (ରାଉରକେଲା); ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କୁ ଅନୁଗୁଳ ଓ ଢେଙ୍କାନାଳ; ଭୁବନେଶ୍ୱର ମହାନଗର ନିଗମର ଉପ ନଗରପାଳ ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ; ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଏମସି କର୍ପୋରେଟର ଦିଲୀପ ମହାନ୍ତି ଓ ପୂର୍ବତନ ନଗରପାଳ ତିରୁପତି ନାୟକଙ୍କୁ ଗଜପତି, ଗଂଜାମ ଓ ଘୁମୁସର; ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କୁ କେନ୍ଦ୍ରାପଡା; ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର; ପୂର୍ବତନ ନଗରପାଳ ସୀମାଂଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡା ଓ ବରଗଡ; ପୂର୍ବତନ ନଗରପାଳ ଦିଲୀପ ମିଶ୍ରଙ୍କୁ କେଉଁଝର; ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Spread the love